ଭୁବନେଶ୍ୱର, ୧୬/୮/୨୦୨୪ (ଓଡ଼ିଶା ସମାଚାର)- ଅଟଳ ବିହାରୀ ବାଜପେୟୀ ରିସର୍ଚ୍ଚ ଅନୁଷ୍ଠାନ ତରଫରୁ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଷଷ୍ଠତମ ପୂଣ୍ୟତିଥି ପାଳିତ ହୋଇଯାଇଛି । ଏହି ଉତ୍ସବରେ ମାନ୍ୟବର ଆଇନ, ଅବକାରୀ ଓ ପର୍ତ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପ୍ରାକ୍ତନ ନ୍ୟାୟଧିଶ ସମ୍ବିଧାନ ଓ ଆଇନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥି ଭାବେ ସମାଜସେବୀ ଶ୍ରୀଯୁକ୍ତ ବିପିନ ବିହାରୀ ମିଶ୍ର, ଅଧ୍ୟାପକ ବିଶ୍ୱରଞ୍ଜନ, ପ୍ରାକ୍ତନ ନ୍ୟାୟଧିଶ ଶ୍ରୀଯୁକ୍ତ ଉମାଶଙ୍କର ମିଶ୍ର, ଆପୋଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଆଲୋକ ଶ୍ରୀବାସ୍ତବ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ ପ୍ରମୁଖ ଯୋଗଦାନ କରିଥିଲେ । ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବଂଶୀଧର ଦାସ ଏବଂ ସଭାପତି ସୁଧାକର ପତ୍ରି ସଭାକାର୍ଯ୍ୟ ପରିଚାଳନା କରିଥିଲେ ।
ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ ଅଟଳ ବିହାରୀଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କର ଅଟଳଜୀଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ବିଷୟରେ ଗଭୀର ଭାବରେ ବର୍ଣ୍ଣନା କରିଥିଲେ । ସମସ୍ତ ଅତିଥିମାନେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବିିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୭ଜଣ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଦସ୍ୟ ନରେଶ କୁମାର ଦାସ, ଶିଭାଶିଷ ମହାପାତ୍ର, ଦେବବ୍ରତ ପାଲ, ସରୋଜ ବେହେରା, ଚିନ୍ମୟ ବୋଡ଼େ, ସୁକାନ୍ତ ମହାନ୍ତି, ବାଳକୃଷ୍ଣ ରାଉତ, ସଞ୍ଜୟ କୁମାର ପଟ୍ଟନାୟକ, ମାନସ ରଞ୍ଜନ ପୃଷ୍ଟି, ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟା, ଆରଏସ୍ଏସ୍ ଓ ଆର୍ଯ୍ୟସମାଜର ସମସ୍ତ କର୍ମକର୍ା ସକାଳେ ବିନ୍ଦୁସାଗରରେ ତଳିତର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମାନସ ଶତପଥି ଓ ବିରୁପାକ୍ଷ ପଣ୍ଡା ପରି•ଳନା କରିଥିଲେ । ସେହିପରି ଏମ୍ସ ପରିସରରେ ବାଜପେୟୀଙ୍କ ପ୍ରତିମୂର୍ତିରେ ଅମିୟ ମିଶ୍ର, ସୁକାନ୍ତ କୁମାର ମହାନ୍ତି, ଶିଭାଶିଷ ମହାପାତ୍ର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ବଂଶୀଧର ଦାସ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏମ୍ସର ନିର୍ଦ୍ଧେଶକ ଡଃ ଆଶୁତୋଷ ବିଶ୍ୱାସ ଓ ତାଙ୍କ ସହଯୋଗୀ ଉପସ୍ଥିତ ଥିଲେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସମୀର ମହାନ୍ତି, ଜିଲା ସଭାପତି, ବିଧାୟକ ଓ ଅନ୍ୟ କର୍ମକର୍ତାମାନେ ବାଜପେୟୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶେଷରେ ଅନୁଷ୍ଠାନ ତରଫରୁ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।