କଟକ ସଦର, ୧୭/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରଖ୍ୟାତ ଜନନେତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଉପଲକ୍ଷ ଆଜି ଗୁରୁବାର ପୂର୍ବାହ୍ନରେ କଟକ ସଦର ବିଜେଡ଼ି ପକ୍ଷରୁ କଟକ ସଦର ର ବିଜେଡ଼ି ନେତା ତଥା ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ ଙ୍କ ନେତୃତ୍ଵରେ କିଶନନଗର ଠାରେ ମହାନଦୀରେ ତିଳ ତର୍ପଣ କରାଯାଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଛି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଜେଡ଼ି ସଭାପତି ପ୍ରମୋଦ ମହାପାତ୍ର,ଶରତ ରାୟ, ସୁରେଶ ବିଶୋଇ,ଵାଲୁ ବିଶୋଇ, ପ୍ରକାଶ ମହାପାତ୍ର, ଚିତ୍ତରଞ୍ଜନ ବେହେରା, ଇନ୍ଦୁ ଭୂଷଣ ବେହେରା, ହିମାଂଶୁ ଦାସ, ଗଗନ ମହାପାତ୍ର,ଦୀପକ ମହାନ୍ତି,ଧରିଣା ସରପଂଚ ରତ୍ନାକର ରାଉତ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ସେହିପରି ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ ଆନନ୍ଦ ଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ନେମାଳ ଠାରେ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା ବିଜୁ ବାବୁଙ୍କ ଶ୍ରାଦ୍ଧୋତ୍ସବ ପାଳନ କରିଛନ୍ତି। ସେହିପରି କନ୍ଦରପୁର ପଞ୍ଚାୟତ ଅଥଙ୍ଗା ବିଜୁ ସେତୁ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ବିଜେଡ଼ି ନେତା ସମର ବେହେରା ଙ୍କ ନେତୃତ୍ଵରେ ପୁଷ୍ପମାଲ୍ୟ ଦିଆଯାଇ ଥିବା ଜଣାଯାଇଛି।

