ମୂଳନିବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟର ଏଗାରତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର,୨୭/୦୭/୨୦୨୫ (ଓଡ଼ିଶା ସମାଚାର)-ମୂଳନିବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟର ଏଗାରତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ନେଜାତୀ ଭବନଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଥିରେ ପୁସ୍ତକ ଉନ୍ମୋଚନ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନୂତନ ସଭାପତି ଚୟନ ଆଦି ଅନ୍ତର୍ଭୁକ୍ତ ଥିଲା ।


କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀ ଅନ୍ମଥ କୁମାର ଦାସ, ଧିମାନ ଅଭିରାମ ମଲ୍ଲିକ, ଉପଦେଷ୍ଟା ଶ୍ରୀ ଧିମାନ ମୁକେଶ ସୁନା, ଶ୍ରୀପତୀ କୁମ୍ଭାର, ରାଜ୍ୟ ସଂଗଠକ ଶ୍ରୀ ବିଭ୍ରାନ୍ତ ବିଶ୍ୱଜିତ, କବି ଶ୍ରୀ ହେମନ୍ତ ଦଳପତି, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ ଶ୍ରୀ ଅନପା ମାରାଣ୍ଡି ଏବଂ ସାମାଜିକ କର୍ମୀ ଶ୍ରୀମତୀ ଅନୁପମା ସେଠୀ, ମୂଳନିବାସୀ ସମତା ପରିଷଦର ସଭାପତି ଶ୍ରୀ ବଖତର ଅଲ୍ଲୀ ତନବୀର ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମର ପରିଚାଳନା ଶ୍ରୀ ରମାକାନ୍ତ ଜେନାଙ୍କ ଦ୍ୱାରା ଅତି ସୁନ୍ଦର ଭାବରେ ସମ୍ପାଦିତ ହୋଇଥିଲା । ଏହି ଅବସରରେ ଜନବାଦୀ କବି ଶ୍ରୀ ଚନ୍ଦନ ନାଗଙ୍କ କବିତା ସଂକଳନ “ବାରନ୍” ଏବଂ ଶ୍ରୀ ଅଭିରାମ ମଲ୍ଲିକଙ୍କ ଦ୍ୱାରା ରଚିତ ପୁସ୍ତକ “ଫତିମା ଶେଖଙ୍କ ଜୀବନୀ” ଓ “କ୍ରାନ୍ତିବୀର ସଦ୍ ଗୁରୁ ଘାସିଦାସ” ଉନ୍ମୋଚନ କରାଯାଇଥିଲା । ଏହି ଉତ୍ସବରେ ଶ୍ରୀ ବିଜୟ କୁମାର ଭୋଇଙ୍କୁ ମୂଳନିବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟର ନୂତନ ସଭାପତି ଭାବେ ଚୟନ କରାଯାଇଥିଲା ।

ଏହି ନିଷ୍ପତି ସମସ୍ତଙ୍କ ଦ୍ୱାରା ସାଦରେ ଗ୍ରହଣ କରାଯାଇଥିଲା ଏବଂ ଶ୍ରୀ ଭୋଇଙ୍କ ନେତୃତ୍ୱରେ ସଂଗଠନର ଭବିଷ୍ୟତ କାର୍ଯ୍ୟକ୍ରମ ଅଧିକ ସଶକ୍ତ ହେବ ବୋଲି ଆଶା କରାଯାଉଛି । ଶ୍ରୀ ସଞ୍ଜୟ ସାଗରିଆ, ଶ୍ରୀ ଗୋପବନ୍ଧୁ ସିକା, ଶ୍ରୀ ନରୋତମ ମହାନନ୍ଦ, ଶ୍ରୀ ଭାଗତ ଦାସ, ଶ୍ରୀ ଅନିଲ୍ ଜେନା ଏବଂ ଶ୍ରୀ ମନୋଜ ତାଣ୍ଡି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *