ଭୁବନେଶ୍ୱର,୨୦/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଅନ୍ତରାଷ୍ଟ୍ରୀୟ ସୂଚନା ପ୍ରଦ୍ୟୋଗିକୀ ସଂସ୍ଥାନ (IIIT) ଭୁବନେଶ୍ୱର ଦ୍ୱାରା କ୍ରିପ୍ଟୋଲୋଜି ସମ୍ବନ୍ଧୀୟ 3-ଦିନିଆ ଜାତୀୟ କର୍ମଶାଳା ଏବଂ ଅଲ୍ପକାଳୀନ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି, ଯାହା ISEA (ସୂଚନା ସୁରକ୍ଷା ଶିକ୍ଷା ଏବଂ ସଚେତନତା) ପ୍ରକଳ୍ପ, ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ଅନୁଷ୍ଠିତ ହେଉଛି। ଏହି ପ୍ରୟାସ ଟି ଭାରତ ସରକାରଙ୍କ ଇଲେକ୍ଟ୍ରନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ (MeitY) ଦ୍ୱାରା ଆରମ୍ଭ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ଅଟେ।
ISEA ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ସୂଚନା ସୁରକ୍ଷା ମାମଲାରେ ମାନବ ସଂସାଧନ ବିକାଶ କରିବା ଏବଂ ଆଇ.ଟି ସୁରକ୍ଷା ଏବଂ ସାଇବର ସଚେତନତା ବୃଦ୍ଧି କରିବା। IIIT ଭୁବନେଶ୍ୱର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଭାରତର ସାଇବର ସୁରକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛି।
ଉଦ୍ଘାଟନ ଅବସରରେ କ୍ରିପ୍ଟୋଗ୍ରାଫି କ୍ଷେତ୍ରର ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ। ISEA ତୃତୀୟ ପର୍ଯ୍ୟାୟର ପ୍ରାଧାନ୍ୟ ଅନୁସନ୍ଧାନକାରୀ ଡ଼ଃ ଦେବାଶିଷ ଜେନା ସମ୍ମିଳିତ ଅତିଥିମାନଙ୍କୁ ସ୍ବାଗତ କରିଥିଲେ ଏବଂ ISEA ପ୍ରକଳ୍ପର ଉତ୍ସ, ଏହାର ଉଦ୍ଦେଶ୍ୟ ଏବଂ ଏହି କ୍ଷେତ୍ରର ବୃଦ୍ଧିଶୀଳ ଗୁରୁତ୍ୱ ବିଷୟରେ ଅଲୋଚନା କରିଥିଲେ। ସେ କହିଥିଲେ ଯେ ଏହି ପ୍ରଶିକ୍ଷଣ କାର୍ଯ୍ୟସୂଚୀ ଟାଲେଣ୍ଟ ଉନ୍ମୁଚନ ଏବଂ ଡିଜିଟାଲ୍ ସୁରକ୍ଷା କ୍ଷେତ୍ରର ସମସ୍ୟା ଗୁଡ଼ିକୁ ମୁକାବିଲା କରିବା ପାଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ପଦକ୍ଷେପ। ଉଦ୍ଘାଟନ ଅବସରର ମୁଖ୍ୟଅତିଥି ପଦ୍ମଶ୍ରୀ ପ୍ରଫେସର ବିମଳ ରାୟ, ପୂର୍ବତନ ନିଦେଶକ, ISI କୋଲକାତା, ଉଦ୍ଘାଟନ ବ୍ୟାଖ୍ୟାନ ଦେଇଥିଲେ।
ସେ କ୍ରିପ୍ଟୋଗ୍ରାଫି କ୍ଷେତ୍ରର ପ୍ରଗତି ଏବଂ ଚୌନତି ଗୁଡ଼ିକ ବିଷୟରେ ଅଲୋଚନା କରି ଏହି ବିଷୟ ଟି କିପରି ଡିଜିଟାଲ ବିଶ୍ବରେ ତଥ୍ୟ ସୁରକ୍ଷା ନିଶ୍ଚିତ କରିବାରେ ଅତ୍ୟନ୍ତ ଜରୁରୀ ତାହା ଉଲ୍ଲେଖ କରିଥିଲେ। IIIT ଭୁବନେଶ୍ୱରର ରେଜିଷ୍ଟ୍ରାର ଶ୍ରୀ ସବ୍ୟସାଚୀ ହୋତା, OAS, ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇ ISEA ପ୍ରକଳ୍ପର ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ।
ଜାତୀୟ ଶୈଖିକ ଏବଂ ଅନୁସନ୍ଧାନ ସଂସ୍ଥା ଗୁଡ଼ିକର 80+ ଅଂଶଗ୍ରହୀ ମାନଙ୍କ ସହ ଏହି କାର୍ଯ୍ୟସୂଚୀ ଏକ ସମ୍ପୂର୍ଣ୍ଣ ଅନୁଭବ ପ୍ରଦାନ କରିବାକୁ ଲକ୍ଷ୍ୟ କରିଛି, ଯେଉଁଥିରେ କ୍ରିପ୍ଟୋଲୋଜିର ମୂଳ ଧାରଣା, ଏହାର ପ୍ରୟୋଗ ଏବଂ ଡିଜିଟାଲ ବିନିମୟ ଏବଂ ସଂଚାର ନିରାପତ୍ତାରେ ଏହାର ଗୁରୁତ୍ୱ ବିଷୟରେ ଅଲୋଚନା କରାଯିବ। ପ୍ରଶିକ୍ଷଣ କର୍ମଶାଳାରେ କ୍ରିପ୍ଟୋଗ୍ରାଫି ସମ୍ପର୍କିତ ବିଭିନ୍ନ ବିଷୟର ଗଭୀର ଜ୍ଞାନ ଏବଂ ଦକ୍ଷତା ବୃଦ୍ଧିପାଇଁ ବ୍ୟାପକ ଅଧ୍ୟୟନ କରାଯିବ।
ଯଥାର୍ଥ ଭାବରେ ଜଗତ ଡିଜିଟାଲ୍ ଅନ୍ତର୍ଯୋଗୀ ହୋଇଯାଇଥିବାରୁ, ଏହି ପ୍ରୟାସ ଗୁଡ଼ିକ ଭାରତର ସଂବେଦନଶୀଳ ତଥ୍ୟ ସୁରକ୍ଷିତ କରିବା ଏବଂ ଡିଜିଟାଲ୍ ଅବସ୍ଥାପନର ସୁରକ୍ଷା ସୁନିଶ୍ଚିତ କରିବାରେ ଅତ୍ୟନ୍ତ ଜରୁରୀ। ଏହି ୩ ଦିନିଆ କାର୍ଯ୍ୟସୂଚୀ ଅଂଶଗ୍ରହୀ ମାନଙ୍କପାଇଁ ଏକ ମୂଲ୍ୟବାନ୍ ଅନୁଭବ ସୃଷ୍ଟି କରିବ, ଯେଉଁଥିରେ ସେମାନେ ବିଶେଷଜ୍ଞ ମାନଙ୍କ ସହ କମ୍ପ୍ୟୁଟେସନାଲ ସୁରକ୍ଷା ଏବଂ କ୍ରିପ୍ଟୋଲୋଜିର ନୂତନ ପ୍ରବୃତ୍ତି ଗୁଡ଼ିକ ବିଷୟରେ ଅନୁସନ୍ଧାନ କରିପାରିବେ।