ସଂଜୀବ ସେନା ର ସ୍ବାଧିନତା ଦିବସରେ ବୃକ୍ଷରୋପଣ।

ଯାଜପୁର, ୧୫/୮/୨୦୨୪ (ଓଡ଼ିଶା ସମାଚାର /ସୁରେଶ କର ):ସ୍ବାଧିନତା ଦିବସ ରେ ସଂଜୀବ ସେନା  ବରୀ ପକ୍ଷରୁ  ସ୍ଥାନୀୟ ଧାରପୁର କୁମ୍ଭାରଗଣ୍ଡ ପଡିଆ ଠାରେ   ବୃକ୍ଷରୋପଣ ଓ ବୃକ୍ଷରୋପଣ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଯାଇଛି ।

ଏହି ଆଲୋଚନାରେ ଭାଜପା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଆଶୁତୋଷ ପରିଡ଼ା , ଆରଏସଏସ କର୍ମକର୍ତ୍ତା ମହେଶ୍ୱର ତ୍ରିପାଠୀ , କୃଷକ ନେତା ଶେଷଦେବ ନନ୍ଦ , ସାମାଜିକ କର୍ମୀ ସଂଜୀବ ଜେନା ,  ବିଶିଷ୍ଟ ପରିବେଶବିତ୍ , ଅବସରପ୍ରାପ୍ତ ସେନାଧିକାରି କ୍ଷୀରୋଦ ଜେନା ପ୍ରମୁଖ ଯୋଗ ଦେଇ ଆଜିର ତାପମାତ୍ରା ବୃଦ୍ଧି କୁ ରୋକିବାକୁ ହେଲେ ବୃକ୍ଷ ରୋପଣ ହେଉଛି ପ୍ରଥମ କାର୍ଯ୍ୟ , ବ୍ୟାପକ ପରିମାଣର ବୃକ୍ଷ ରୋପଣ ସହ ଏହାର ଯତ୍ନ ନେବା ହେଉଛି ଆମର ଦାୟୀତ୍ଵ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ବିଭିନ୍ନ  ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇ ବୃକ୍ଷ ଟିଏ ରୋପଣ କରିଥଲେ ।

ପ୍ରତିଟି ବୃକ୍ଷ ର ନିଶ୍ଚିତ ଯତ୍ନ ନିଆଯିବ ଓ ଏଥିପାଇଁ ଲୋକ ମଧ୍ୟ ନିୟୋଜନ କରାଯିବା କଥା ସଂଜୀବ ସେନା ର ମୁଖ୍ୟ ତଥା ବରୀ ପଂଚାୟତ ସମିତି ସଭ୍ୟ ସଂଜୀବ କୁମାର ଜେନା ପ୍ରତିଶ୍ରୁତି ଦେଇଛନ୍ତି , ତାଙ୍କର ମୁଖ୍ୟ ଲକ୍ଷ ହେଉଛି ବରୀ ରେ ବୃକ୍ଷରୋପଣ କୁ ବ୍ୟାପକ କରିବା ଓ ପରିବେଶ କୁ ସୁସ୍ଥ ରଖିବା ,ଏଣୁ ଆଜି ଭଳି ଶୁଭ ଦିନରୁ ସେ ଏହି କାର୍ଯ୍ୟ ଆରମ୍ଭ କରିଥିବା  କହିଛନ୍ତି ।

Leave a Reply

Your email address will not be published. Required fields are marked *