ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ଦିବସରେ ସ୍ୱେଚ୍ଛାସେବୀ ସମାବେଶ ଓ ସମ୍ବର୍ଦ୍ଧନା ପର୍ବ

ଭୁବନେଶ୍ୱର,୦୫/୧୨/୨୦୨୩ (ଓଡ଼ିଶା ସମାଚାର)-ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ଦିବସ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସିୱାଇଏସଡ଼ି, ବକୁଳ ଫାଉଣ୍ଡେସନ, ଆରସିଡ଼ିସି, ସଲାମ ଜୀବନ, କ୍ଲାପ, ନିୟତି ଫାଉଣ୍ଡେସନ, ପ୍ରୋଜେକ୍ଟ ପଏନ୍ଟ, ଭାରତ ସ୍କାଉଟ ଆଣ୍ଡ ଗାଇଡ୍, ଜାତୀୟ ଯୁବ ପ୍ରକଳ୍ପ, ୱେଲକମ୍ ଓଡ଼ିଶା, ମିଶନ ରକ୍ତଦାନ, ସୋଚର ମିଳିତ ଆନୁକୂଲ୍ୟରେ ସିୱାଇଏସଡ଼ିଠାରେ ସ୍ୱେଚ୍ଛାସେବୀ ସମାବେଶ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଦିବା ୯ ଘଟିକା ସମୟରେ ଜନତା ମଇଦାନର ଗାନ୍ଧୀଙ୍କ ପ୍ରତିମୂର୍ତିଠାରେ ସର୍ବଧର୍ମ ପ୍ରାର୍ଥନା କରାଯାଇ ଏକ ଶାନ୍ତି ଶୋଭାଯାତ୍ରା ବାହାରି ସିୱାଇଏସଡ଼ି ପ୍ରେକ୍ଷାଳୟକୁ ଆସିଥିଲା । ବିଶିଷ୍ଟ ପରିବେଶବିତ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଶାନ୍ତି ଶୋଭାଯାତ୍ରାକୁ ଉଦଘାଟନ କରିବା ପରେ ଦିବା ୧୦.୩୦ ମିନିଟ୍ ସମୟରେ ଆନୁଷ୍ଠାନିକ ଭାବେ ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ଦିବସ ଉଦଘାଟନ କରାଯାଇଥିଲା ।

ଉଦଘାଟକ ଭାବରେ ଭାରତର ନିର୍ବାଚନ ଆୟୋଗର ପୂର୍ବତନ ମୁଖ୍ୟ ଉପଦେଷ୍ଟା ଡଃ ଭଗବାନ ପ୍ରକାଶ ଯୋଗଦେଇ ଦେଶର ବିକାଶର ମୁଖ୍ୟସ୍ରୋତରେ ସ୍ୱେଚ୍ଛାସେବୀମାନଙ୍କର ବଡ଼ ଅବଦାନ ଅଛି ବୋଲି ମତପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ରାଜ୍ୟ ସୂଚନା କମିଶନର ଶ୍ରୀଯୁକ୍ତ ଜଗଦାନନ୍ଦ ଯୁବକ ଯୁବତୀମାନେ ଦେଶ ଓ ରାଜ୍ୟର ପ୍ରତ୍ୟେକ ବିକାଶାଧାରାରେ ସ୍ୱେଚ୍ଛାସେବୀର ଭୂମିକା ନିଭାଇବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ପରିବେଶବିତ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ପରିବେଶ ସୁରକ୍ଷାରେ ସ୍ୱେଚ୍ଛାସେବୀର ଏକ ବିରାଟ ଭୂମିକା ଅଛି ବୋଲି ମତବ୍ୟକ୍ତ କରିଥିଲେ । ଯୁକ୍ତ ଦୁଇ ପରିଷଦର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡଃ ବିଶ୍ୱମୋହନ ଜେନା ଉପସ୍ଥିତ ରହି ସ୍ୱେଚ୍ଛାସେବୀମାନଙ୍କୁ  ଉତ୍ସାହିତ କରିଥିଲେ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ନିୟତି ଫାଉଣ୍ଡେସନର ସଦସ୍ୟା ମନସ୍ୱିନୀ ପାଣିଗ୍ରାହୀ, ମିଶନ ରକ୍ତଦାନ ସଂସ୍ଥାର ସଦସ୍ୟ ନାରାୟଣ ବେହେରା, ବକୁଳ ଫାଉଣ୍ଡେସନର ସଦସ୍ୟ ଆଲୋକ କୁମାର ସ୍ୱାଇଁ, ଏନୱାଇପିର ସଦସ୍ୟ ସରୋଜ କୁମାର ସାହୁ, ଆରସିଡିସିର ସଦସ୍ୟା ସବିତା ବେହୁରା, ସିୱାଏସଡିର ସଦସ୍ୟା ରାଧା ଭଉଣୀ, ପ୍ରୋଜେକ୍ଟ ପଏନ୍ଟର ସଦସ୍ୟ ଅବିନାଶ ଦଳାଇ, ଭାରତ ସ୍କାଉଟ ଆଣ୍ଡ ଗାଇଡ଼ ଜଣେ ଛାତ୍ରୀ, ୱେଲକମ୍ ଓଡ଼ିଶାର ମୁଖ୍ୟ ତଥା ଦହିବରା ଏକ୍ସପ୍ରେସ୍ ର ସଂସ୍ଥାପକ ସୌରବ, ସଲାମ ଜୀବନର ସଦସ୍ୟ ନିରାକାର ବିଶୋୟୀ, ସୋଚ୍ ର ମୁଖ୍ର ସଦସ୍ୟା ମନସ୍ୱିନୀ ପ୍ରମୁଖ ୧୨ଜଣ ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ଅନୁଷ୍ଠାନର ମୁଖ୍ୟମାନେ ଆଡ଼ଭୋକେଟ ବିକାଶ ଦାସ, କୈଳାସ ଦାସ, ଡ. ଇମ୍ରାନ ଅଲ୍ଲୀ, ସୁଜିତ ମହାପାତ୍ର, ବିପିନ ମହାନ୍ତି, ସଂଗ୍ରାମ ସାମନ୍ତରାୟ, ମନୋଜ ନାୟକ, ନମିତା ପଟ୍ଟନାୟକ ଶ୍ରୀ ସୋମ, ବିଭୂତି ଭୂଷଣ ସ୍ୱାଇଁ ସ୍ୱେଚ୍ଛାସେବୀମାଙ୍କୁ ସମ୍ବର୍ଦ୍ଧିତ କରିବା ସହ ନିଜ ନିଜର ମତବ୍ୟକ୍ତ କରିଥିଲେ ।

ସଭାକାର୍ଯ୍ୟକୁ ଡ. ନମିତା ପଟ୍ଟନାୟକ ଓ ଡ. ଇମ୍ରାନ ଅଲ୍ଲୀ ପରିଚାଳନା କରିଥିଲା ବେଳେ ଜାତୀୟ ଯୁବ ପ୍ରକଳ୍ପର ଆବାହକ ମଧୁସୂଦନ ଦାସ ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଏକବର୍ଷ ଧରି ଓଡ଼ିଶା ପୁନର୍ଗଠନରେ ଯୁବକ ଯୁବତୀଙ୍କର ଏକ ମୁଖ୍ୟ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଅରୁପା ଗୌଡ଼, ପୂଜା ଡାକୁଆ, ସୋନୁଭାଇ, ସରୋଜ ମାଝୀ, ମଧୁସ୍ମିତା ଓ ସୁଚିସ୍ମିତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *