କେନ୍ଦ୍ରାପଡ଼ା, ୧୪/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ୭୮ ସ୍ୱାଧୀନତା ଦିବସ ଓ ଅଖଣ୍ଡ ଭାରତ ସଂକଳ୍ପ ଦିବସ ଅବସରରେ ଆଜି ୩ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାକୁ ଉଦ୍ଘାଟନ କରିଥିଲେ ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଆଦ୍ୟାରସ୍ମି ମହାପାତ୍ର । ଏହି ଶୋଭାଯାତ୍ରାଟି କେନ୍ଦ୍ରାପଡା ଜିଲା ସଂଯୋଜକ ବିକ୍ରମ କେଶରୀ ରାଉତଙ୍କ ନେତୃତ୍ୱରେ ସାନ୍ଧ୍ୟ ମହାବିଦ୍ୟାଳୟରୁ ବାହାରି ସମଗ୍ର କେନ୍ଦ୍ରାପଡା ନଗର ପରିକ୍ରମା କରିଥିଲା । ଏଥିରେ ଉପସ୍ଥିତ ଥିଲେ କଟକ ବିଭାଗ ସହ ସଂଯୋଜକ ସତ୍ୟରଞ୍ଜନ ନାୟକ, କଟକ ବିଭାଗ ଏସ୍ .ଏଫ୍. ଡି ସଂଯୋଜକ ଶଶୀ ପ୍ରସାଦ ମହାରଣା, ପ୍ରସାନ୍ତ ନାୟକ, ମନୋଜ, ମୃତ୍ୟୁଞ୍ଜୟ, ଭାଗ୍ୟଶ୍ରୀ ଚୁଳି, ସସ୍ମିତା, ଶୁଭଲକ୍ଷ୍ମୀ, ଶୁଭମ୍ ମଲ୍ଲିକ୍ , ଧୀରେନ୍ଦ୍ର ବେହେରା, ଦିବ୍ୟଜ୍ୟୋତି ପରିଡ଼ା ଅନେକ ଛାତ୍ରଛାତ୍ରୀ ସାନ୍ଧ୍ୟ ମହାବିଦ୍ୟାଳୟ ଓ କେନ୍ଦ୍ରାପଡ଼ା ସୌୟଂଶାସିତ ମହାବିଦ୍ୟାଳୟର ଉପସ୍ଥିତ ଥିଲେ ।