ଯାଜପୁର , ୧୪/୮/୨୦୨୪ (ଓଡ଼ିଶା ସମାଚାର /ସୁରେଶ କର ):-ବରୀ ବିଜେପି ପକ୍ଷରୁ ଆଜି ବିଭାଜନ ବିଭୀଷିକା ଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେ ବରୀ ମାଟି ପାଇଁ ସହିଦ ହୋଇଥିବା ମାୟାଧର ଭୂୟାଁ ଙ୍କ ଅଜାଣ ଠାରେ ଥିବା ପ୍ରତିମୂର୍ତ୍ତି ରେ ପୁଷ୍ପ ପ୍ରଦାନ କରାଯିବା ସହ ସ୍ଥାନୀୟ ଅଞ୍ଚଳ କୁ ସଫେଇ କରାଯାଇଥିଲା । ପରେ ପରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଦେଶାତ୍ମ ବୋଧକ ସଙ୍ଗୀତ ,ନୃତ୍ୟ ପରିବେଷଣ କରାଯାଇଥିଲା ।
ଏହି କାର୍ୟ୍ୟକ୍ରମରେ ଯାଜପୁର ସାଂସଦ ଡା ରବି ନାରାୟଣ ବେହେରା , ଜିଲ୍ଲା ଭାଜପା କାର୍ୟକାରୀ ସଭାପତି ଆଶୁତୋଷ ପରିଡ଼ା , ଓବିଶି ମୋର୍ଚ୍ଚା ର ବିବେକାନନ୍ଦ ଜେନା , ସ୍ୱଚ୍ଛ ଭାରତ ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ ଗିରି ସମେତ ବହୁ କାର୍ୟକର୍ତ୍ତା ମାନେ ଯୋଗ ଦେଇ ସହିଦ ଙ୍କ ସ୍ମୃତି ଚାରଣ କରିବା ସହ ସେମାନଙ୍କ ବଳିଦାନ ବିଷୟରେ ଆଲୋକପାତ କରିଥିଲେ । ଆଜି ମଧ୍ୟ ବରୀ ମାଉଣ୍ଟ ତହସିଲ ନିକଟରେ ଥିବା ଓଡ଼ିଶା ର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରାଯିବା ସହ ସେହି ସ୍ଥାନକୁ ପରିଷ୍କାର କରାଯାଇଥିଲା ।
ବରୀ ବିଜେପି ପକ୍ଷରୁ ବରୀ ରେ ବିଭାଜନ ବିଭୀଷିକା ଦିବସ ପାଳିତ ।
