ଭାରତର ସ୍ଵାଧୀନତା ପ୍ରାପ୍ତି ର ୭୭ ବର୍ଷ ପୂର୍ତ୍ତି ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଯାଜପୁର ଜିଲ୍ଲା ସ୍ତରୀୟ ହର ଘର ତିରଙ୍ଗା ବିଶାଳ ଶୋଭା ଯାତ୍ରା ଅନୁଷ୍ଠିତ । 

ଯାଜପୁର , ୧୩/୮/୨୦୨୪ (ଓଡ଼ିଶା ସମାଚାର /ସୁରେଶ କର ):- ଭାରତର ସ୍ଵାଧୀନତା ପ୍ରାପ୍ତିର ୭୭ ତମ ପୂର୍ତ୍ତି ଓ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଚଳିତବର୍ଷ ୭୮ ତମ ସ୍ଵାଧୀନତା ଦିବସ ପାଳନ କୁ ଆକର୍ଷଣୀୟ ଓ ସ୍ମରଣୀୟ କରି ରାଷ୍ଟ୍ରୀୟ ଏକତା, ଅଖଣ୍ଡତା ବଜାୟ ରଖିବା,ଜାତି , ଧର୍ମ, ବର୍ଣ୍ଣ ନିର୍ବିଶେଷରେ ରାଷ୍ଟ୍ରୀୟ ସଂହତି କୁ  ମଜବୁତ କରିବା ଲକ୍ଷ୍ୟ ନେଇ ଏବଂ ତ୍ରିରଙ୍ଗା ପତାକା କୁ ସମ୍ମାନ ଦେଇ ଆମ ଦେଶର ଝଣ୍ଡା ବିଶ୍ୱରେ ସର୍ବାଗ୍ରେ ଉଚ୍ଚା ରଖିବା ନିମିତ୍ତ “ହର ଘର ତିରଙ୍ଗା “ଜିଲ୍ଲା ସ୍ତରୀୟ ଏକ ବିଶାଳ ଶୋଭାଯାତ୍ରା ଆଜି ଅନୁଷ୍ଠିତ ହୋଇ ଯାଇଅଛି।

ପୂର୍ବାହ୍ନ ଘ୮ଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ହକି ଷ୍ଟାଡିୟମ ଠାରେ ପହଞ୍ଚିଥିଲା। ଏହି ରାଲିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାନ୍ୟବର ଲୋକସଭା ସଦସ୍ୟ ଡ଼ ରବି ନାରାୟଣ ବେହେରା, ମାନ୍ୟବର ବିଧାୟକ ବଡ଼ଚଣା ଶ୍ରୀଯୁକ୍ତ ଆମର କୁମାର ନାୟକ, ମାନ୍ୟବର ବିଧାୟିକା ଯାଜପୁର ଶ୍ରୀମତୀ ସୁଜାତା ସାହୁ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ପି ଅନ୍ୱେଷା ରେଡ୍ଡୀ, ଆରକ୍ଷୀ ଅଧିକ୍ଷକ, ଶ୍ରୀ ଭିନିତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଉପଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ, ଡେପୁଟୀ କଲେକ୍ଟର, ନିର୍ବାଚନ,ଶ୍ରୀ ରଶ୍ମି ରଞ୍ଜନ ମଲ୍ଲିକ,ପୌର ନିର୍ବାହୀ ଅଧିକାରୀ ଶ୍ରୀ ଆଲୋକ କୁମାର ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୋନାଲି ବେହେରା ଯୋଗ ଦେଇଥିଲେ।

 ହର ଘର ତିରଙ୍ଗା ବିଭିନ୍ନ ସ୍ଥାନରେ ସ୍ଲୋଗାନ ଦେଇ ହକୀ ଷ୍ଟାଡିୟମ ଠାରେ ରାଲି ପହଞ୍ଚିଲା ପରେ ଆନନ୍ଦ ଉଲ୍ଲାସ ମଧ୍ୟରେ ହର ଘର ତିରଙ୍ଗା ସେଲ୍ଫୀ, ଦସ୍ତଖତ ଅଭିଯାନ ରେ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ରାଜନୈତିକ ନେତୃବୃନ୍ଦ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ, ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ଵୟଂ ସହାୟିକା ମହିଳା, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇ ହର ଘର ତିରଙ୍ଗା ଅଭିଯାନର ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ ସମ୍ଵନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *