କଟକ, ୦୫/୧୨/୨୦୨୩ (ଓଡ଼ିଶା ସମାଚାର)-ରାଜ୍ୟର ଅଗ୍ରଣୀ ସାମାଜିକ ସଙ୍ଗଠନ “ବିଷ୍ନୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ – ଓଡ଼ିଶା”(ବିସିଟି)ର ୯ମ ବାର୍ଷିକ ଉତ୍ସବ,ସମ୍ୱର୍ଦ୍ଧନା ସଭା,ପତ୍ର ପତ୍ରିକା ଉନ୍ମୋଚନ ଏବଂ ରକ୍ତଦାନ ଶିବିର ଯାଜପୁର ଜିଲ୍ଲା ବରୀ ଉପକଣ୍ଠ କଳାମାଟିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂଆ) ପ୍ରାଙ୍ଗଣରେ ଚଳିତ ଡିସେମ୍ବର ମାସ ୧୫ ତାରିଖ ଶୁକ୍ରବାର ଦିନ ପୂର୍ବାହ୍ନ ୮.୦୦ ଘଟିକା ଠାରୁ ଅପରାହ୍ନ ୨.୦୦ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସେବା କାର୍ଯ୍ୟକ୍ରମକୁ ସମସ୍ତେ ଉପସ୍ଥିତ ରହି ସଫଳ କରିବାକୁ ଟ୍ରଷ୍ଟ ପ୍ରତିଷ୍ଠାତା ରକ୍ତଦାତା, ସମାଜସେବୀ ଇଞ୍ଜିନିୟର ବିମଳ ଚନ୍ଦ୍ର ଦାସ ଏବଂ ସମ୍ପାଦକ ସାହିତ୍ୟିକ ପ୍ରିନ୍ସ ନନ୍ଦ ପ୍ରମୁଖ ସାଧାରଣରେ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ ରକ୍ତଦାନ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନେଇ ବିସିଟି ଚଳିତ ବର୍ଷ ରାଜ୍ୟ ଏବଂ ରାଜ୍ୟ ବାହାରେ ବହୁବାର ସମ୍ବର୍ଧିତ ହୋଇଛି ।
Related Posts
ବିଶ୍ୱ ବ୍ରେଲୀ ଦିବସ ପାଳିତ
କେନ୍ଦ୍ରାପଡ଼ା,୦୪/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ପୌରସଂସ୍ଥା ଦୃଷ୍ଟିବାଧିତ ବିଦ୍ୟାଳୟ ପରିସରରେ ବିଶ୍ୱ ବ୍ରେଲୀ ଦିବସ ଓ ବ୍ରେଲୀ ଲିପିର ଜନକ ମହାତ୍ମା ଲୁଇସ୍ ବ୍ରେଲ୍ଙ୍କ ୨୧୬ତମ ଜୟନ୍ତୀ…
ବାଜିଲା ପଂଚାୟତ ଓ ପୌର ନିର୍ବାଚନ ପାଇଁ ବିଗୁଲ
୨୧ରେ ବୈଠକ ଡାକିଲେ ନିର୍ବାଚନ କମିଶନ ଭୁବନେଶ୍ୱର,୦୯/୦୭/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ୨୦୨୭ ପଂଚାୟତ ଓ ପୌର ନିର୍ବାଚନପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପଂଚାୟତ ଓ ପୌର…
ଗ୍ରୀନ ପାର୍କ ହାଉସ୍ ମାଲିକ ସୋସାଇଟିର ବୈଠକ
ଭୁବନେଶ୍ୱର,୦୩/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଗ୍ରୀନ୍ ପାର୍କ ହାଉସ୍ ସୋସାଇଟି, ଜଗମୋହନ ନଗର, ଜାଗମରା, ଖଣ୍ଡଗିରି, ଭୁବନେଶ୍ୱରର ଅନ୍ତେବାସୀଙ୍କ ଏକ ବୈଠକ ସୋମବାର କଲୋନୀର କମୁ୍ୟନିଟି ସେଂଟର ଠାରେ…
