ନିଶାମୁକ୍ତି ପାଇଁ ଶପଥ ପାଠ

 ନିରାକାରପୁର, ୧୨/୮/୨୦୨୪ (ଓଡ଼ିଶା ସମାଚାର)-ଆଜିର ଶିଶୁ ଆସନ୍ତାକାଲିର ଦେଶର ଭବିଷ୍ୟତ । ସେମାନଙ୍କର ବିକାଶ ହେଲେ ଦେଶରେ ତଥା ରାଜ୍ୟରେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ । ସେଇ ଉଦେଶ୍ୟନେଇ ସରକାରଙ୍କ ନିର୍ଦ୍ଧେଶ କ୍ରମେ ଆଜି ଟାଙ୍ଗୀବ୍ଲକ ଶିକ୍ଷାଧିକାରୀ ରବୀନ୍ଦ୍ର କୁମାର ସାହୁଙ୍କ ନିର୍ଦ୍ଧେଶକ୍ରମେ ଟାଙ୍ଗୀ ବ୍ଲକ ଅଧିନସ୍ଥ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକରେ ନିଶା ମୁକ୍ତି ପାଇଁ ଶପଥପାଠ ଉତ୍ସବ ପାଳିତ ହୋଇଯାଇଛି । ଅନୁରୂପଭାବେ ଆଜି ବାଲିପାଟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଦୁଃଶାସନ ସେଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିଶାମୁକ୍ତ ସମ୍ପର୍କିତ ଶପଥ ନେଇଥିଲେ । ଶିକ୍ଷୟତ୍ରୀ ରଶ୍ମିତା ପଟ୍ଟନାୟକ, ପ୍ରଦୀପ ପ୍ରଧାନ, ରଞ୍ଜିତା ରାଣୀ ସରକାର, ପ୍ରଶାନ୍ତ ରାୟ, ମଧୁମିତା ଜେନା ଶିଶିର ଦତ୍ତ, କାଶୀନାଥ ସାହୁ ପ୍ରମୁଖ ଶିକ୍ଷକ /ଶିକ୍ଷୟତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *