ମା’ ବାସୁଳାଇ ଗ୍ରାମ୍ୟ ଉନ୍ନୟନ ପରିଷଦ ପକ୍ଷରୁ ପରିବେଶ ସୁରକ୍ଷା ଅଭିଯାନ

କଟକ, ୧୨/୮/୨୦୨୪ (ଓଡ଼ିଶା ସମାଚାର)- ୪୨ ମୌଜା କଳପଡ଼ା ପଞ୍ଚାୟତ ବସନ୍ତକୁଣ୍ଡଳ ଗ୍ରାମର ସାମାଜିକ ସଂଗଠନ ମା’ ବାସୁଳାଇ ଗ୍ରାମ୍ୟ ଉନ୍ନୟନ ପରିଷଦ ପକ୍ଷରୁ ଏକ ନିଆରା ପରିବେଶ ସୁରକ୍ଷା ଅଭିଯାନ “ଚାଲ ଗଛ ଲଗାଇବା ପରିବେଶ ବଞ୍ଚାଇବା” କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ବସନ୍ତକୁଣ୍ଡଳ ଗ୍ରାମ ରାସ୍ତାର ଉଭୟ ପାର୍ଶ୍ବ ଏବଂ ବସନ୍ତକୁଣ୍ଡଳ ଠାରୁ ଟାଇଁକଣା ପର୍ଯ୍ୟନ୍ତ ରାସ୍ତା ଓ ପଡିଆ ଜମିରେ ବୃକ୍ଷ ରୋପଣ କରାଯିବାସହ ସଫେଇ କାର୍ଯ୍ୟ ଆଦି ପରିବେଶ ସୁରକ୍ଷାର ମହନୀୟ ବାର୍ତା ପ୍ରଚାର କରାଯାଇଛି । ସମାଜସେବୀ ତ୍ରିଲୋଚନ ବେହେରା,ପିଣ୍ଟୁ ସାହୁ, ବଳରାମ ସ୍ବାଇଁ,ଜଗନ୍ନାଥ ସ୍ବାଇଁ, ରାଜେଶ ପଟ୍ଟନାୟକ,ବଳରାମ ଭୋଇ,ଲୋକନାଥ ବେହେରା,ଦୀପକ ସାହୁ,ପ୍ରସନ୍ନ ନାୟକ ଓ ଅନ୍ୟ ଯୁବ ବଂଧୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରିଷଦର ଏପରି ସେବା କାର୍ଯ୍ୟକୁ ୪୨ ମୌଜା ବାସିନ୍ଦା ଏବଂ ବାଲୁଙ୍କେଶ୍ୱର ବିଦ୍ୟାପୀଠ ଦେଉଳିର ୧୯୯୬ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ସଂସଦ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି ।

Leave a Reply

Your email address will not be published. Required fields are marked *