କେନ୍ଦ୍ରାପଡ଼ା,୧୮/୦୭/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ କଟକ ଜିଲା କୁଆଁପାଳସ୍ଥିତ ଜବାହରଲାଲ ନେହେରୁ ଡିଗ୍ରୀ କଲେଜ ରସାୟନବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଚିତରଞ୍ଜନ ଦାସଙ୍କୁ ଉଚ୍ଚଶିକ୍ଷା ବିଭାଗ ନିଯୁକ୍ତି ପ୍ରଦାନ କରିଛି ।
ସେହିପରି ଏଠାରେ ଥିବା ଭାରପ୍ରାପ୍ତ ଅଧ୍ୟକ୍ଷ ଶାନ୍ତନୁ କୁମାର ଜେନାଙ୍କୁ ଭଦ୍ରକ ଜିଲାର ଅଗରପଡା ଡିଗ୍ରୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ ବଦଳି କରାଯାଇଛି । ଏତଦ୍ବ୍ୟତିତ ପ୍ରାଣୀବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଡ. ଗୈାରପ୍ରସାଦ ଷଡଙ୍ଗୀଙ୍କୁ ପଟ୍ଟାମୁଣ୍ଡାଇ ଡିଗ୍ରୀ କଲେଜର ଅଧ୍ୟକ୍ଷ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି । ଏହାଛଡା କେନ୍ଦ୍ରାପଡା କଲେଜ ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ରଞ୍ଜିତ କୁମାର ଦାସଙ୍କୁ ମହାକାଳପଡାର ଶ୍ରୀ ଶ୍ରୀ ବାୟାବାବା ଡିଗ୍ରୀ କଲେଜର ଅଧ୍ୟକ୍ଷ ଭାବରେ ବଦଳି କରାଯାଇଛି । ଆସନ୍ତା ୨୦ତାରିଖ ସୋମବାର ସୁଦ୍ଧା ସମସ୍ତଙ୍କୁ ନିଜ ନିଜ ସ୍ଥାନରେ ଯୋଗଦେବା ପାଇଁ ନିର୍ଦେଶ ପ୍ରଦାନ କରାଯାଇଛି ।
