ଯାଜପୁରରେ “ପ୍ରେରଣା” ସାମାଜିକ କଳା ପରିଷଦ ଉଦ୍ଘାଟିତ ।

ଯାଜପୁର , ୧୧/୮/୨୦୨୪ (ଓଡ଼ିଶା ସମାଚାର ସୁରେଶ କୁମାର କର ):- ଯାଜପୁର ସହର ରେ ନୂତନ କରି  ଗଢି ଉଠିଥିବା  “ପ୍ରେରଣା”  ସାମାଜିକ ଓ କଳା ପରିଷଦ  ଉଦ୍ଘାଟନ କାର୍ଯକ୍ରମ ଯାଜପୁର ଟାଉନ ମା ମଣ୍ଡପ ପରିସରରେ ଅନୁଷ୍ଟିତ ହୋଇଯାଇଛି ।

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଙ୍କ ସଭାପତିତ୍ୱରେ  ଯାଜପୁର ମ୍ୟୁନିସିପାଲିଟି  ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ  , ସମ୍ମାନିତ ଅତିଥି ଭାବେ  ସାମ୍ବାଦିକ ପ୍ରଭାତ ତ୍ରିପାଠୀ  , ମୁଖ୍ୟବକ୍ତା ଭାବେ ନାଟ୍ୟକାର  ନଟବର ମଲ୍ଲିକ ଓ ଲେଖକ ପ୍ରଶାନ୍ତ ପତି ପ୍ରମୁଖ ଯୋଗ ଦେଇ ପ୍ରେରଣା ଆଗକୁ ଯାଜପୁର କଳାକାର ଙ୍କ ପାଇଁ ପ୍ରେରଣାର  ଉତ୍ସ ହେବ ବୋଲି  ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯାଜପୁର କାରାଗାର ଅଧୀକ୍ଷକ ସୁନିଲ କୁମାର ସାହୁ , କଳାକାର ଧନଞ୍ଜୟ ପୃଷ୍ଟି , ୟୁ   ଟ୍ୟୁବର୍ ଦିପାଞ୍ଜଳି ଓ ଟିମ ଙ୍କ ସମେତ ବହୁ ସ୍ଥାନୀୟ ଅଂଚଳର କଳାକାର ଯୋଗ ଦେଇଥିଲେ ।

କୁନି କୁନି କଳାକାର ମାନେ ସ୍ଵାଗତ ସଙ୍ଗୀତ ସହ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯକ୍ରମ କୁ ଅନୁଷ୍ଠାନ ର ନିର୍ଦ୍ଦେଶକ ଅନିଲ କୁମାର ଜେନା , ସଭାପତି ସୁଶାନ୍ତ ନାୟକ , ସମ୍ପାଦକ ସମରଜିତ୍ ମହାନ୍ତି ,  ମିଡ଼ିଆ ସେଲ ଦାୟୀତ୍ଵ ରେ ଥିବା ସାମ୍ବାଦିକ  ସନ୍ତୋଷ କୁମାର ମିଶ୍ର ,  ସାଂଗଠନିକ ସମ୍ପାଦକ ଧନଞ୍ଜୟ ନାୟକ  , ସାଂସ୍କୃତିକ ସମ୍ପାଦକ  ଅଚ୍ୟୁତାନନ୍ଦ ସ୍ବାଇଁ , ଉପସଭାପତି ଭାବଗ୍ରାହୀ ମିଶ୍ର ପ୍ରମୁଖ ପରିଚାଳନା କରୁଥିଲେ ।

ଏହି ଅନୁଷ୍ଠାନ ଆଗାମୀ ଦିନରେ  କଳା ସହ ବିଭିନ୍ନ ସାମାଜିକ କାର୍ଯକ୍ରମ କରିବାର ଲକ୍ଷ ରକିଛି ଓ ଜିଲ୍ଲା ର କୋଣ ଅନୁକୋଣ ରୁ ସମସ୍ତ କଳାକାର ମାନଙ୍କୁ ସୁଯୋଗ ଦିଆଯିବ ବୋଲି ସାଂଗଠନିକ ସମ୍ପାଦକ ଧନଞ୍ଜୟ ନାୟକ  ସୂଚନା ଦେଇଛନ୍ତି । ପରେ ପରେ ସମସ୍ତ ଅତିଥି ଓ ସଦସ୍ୟ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁଷ୍ପ ଦିଆଯାଇ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *