“ହର୍ ଘର୍ ତିରଙ୍ଗା” ଅଭିଯାନରେ ସାମିଲ ହେବାକୁ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଅନୁରୋଧ

 ଭୁବନେଶ୍ୱର, ୧୦/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- “ହର୍ ଘର୍ ତିରଙ୍ଗା” ଅଭିଯାନରେ ସାମିଲ ହେବାକୁ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ  ଅନୁରୋଧ କରିଛନ୍ତି । ସୋସିଆଲ ମିଡ଼ିଆ ଏକ୍ସ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଭିଡ଼ିଓ ବର୍ତା ଯୋଗେ ଏହି ଅଭିଯାନରେ ଯୋଗ ଦେବା ପାଇଁ ମୁଁ ଅନୁରୋଧ କରି କହିଛନ୍ତି —

 ଆମର ଜାତୀୟ ପତାକା, ଆମ ଏକତା, ସଂହତି ଓ ଭାତୃଭାବର ପ୍ରତୀକ ଅଟେ। ଆଗାମୀ ଅଗଷ୍ଟ ୧୫ ଦିନ ଆମେ ସ୍ବାଧୀନତାର ୭୭ତମ ବର୍ଷପୂର୍ତ୍ତି ପାଳନ କରିବା। ଏହି ଅବସରରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ସମସ୍ତଙ୍କୁ “ହର୍ ଘର୍ ତିରଙ୍ଗା” ଅଭିଯାନରେ ସାମିଲ ହୋଇ ଦେଶପ୍ରତି ନିଜର ଭାବନାକୁ ଜାଗୃତ ଏବଂ ଜୀବନ୍ତ କରିବାକୁ ଅନୁରୋଧ କରିଛନ୍ତି। ପ୍ରତ୍ୟେକ ଦେଶବାସୀଙ୍କୁ ଜାତୀୟ ପତାକାର ମହତ୍ତ୍ବକୁ ଉପଲବ୍ଧ କରାଇବା  ଏହି ଅଭିଯାନର ଉଦ୍ଦେଶ୍ୟ ଅଟେ।

ସମସ୍ତ ଓଡ଼ିଶାବାସୀଙ୍କୁ ଏହି ଅଭିଯାନରେ ଯୋଗ ଦେବା ପାଇଁ ମୁଁ ଅନୁରୋଧ କରୁଛି।  ସମସ୍ତେ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରନ୍ତୁ ଏବଂ ନିଜର ସେଲ୍‌ଫି  harghartiranga.com ରେ ଅପଲୋଡ କରନ୍ତୁ।

 

  https://x.com/CMO_Odisha/status/1822316199193018831?s=08

 

 

Leave a Reply

Your email address will not be published. Required fields are marked *