ପାଟକୁରା ଅଂଚଳରେ ଶାରଦୀୟ ଦୂର୍ଗାପୂଜା

ପାଟକୁରା,୩୦/୦୯/୨୦୨୫(ଓଡ଼ିଶା ସମାଚାର)- ପାଟକୁରା ଅଂଚଳରେ ଶାରଦୀୟ ଦୂର୍ଗାପୂଜା ଉତ୍ସବ ଅନୁଷ୍ଠିତ ହେଉଛି । ଗତକାଲି ପୂଜା ମଣ୍ଡପ ଗୁଡିକରେ ୭ମୀ ପୂଜା ଅନୁଷ୍ଠିତ କରାଯାଇଥିଲା । ଆଜି ମଣ୍ଡପଗୁଡିକରେ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି । ପୂଜା ମଣ୍ଡପଗୁଡିକ ବିଭିନ୍ନ ଆକର୍ଷଣୀୟ ଆଲୋକମାଳାରେ ସଜ୍ଜିତ କରାଯାଇଛି । ଆଜି ପାଗଭଲ ଥିବାରୁ ପୂଜା ମଣ୍ଡପ ଗୁଡ଼ିକରେ ଭିଡ଼ ଲାଗିଛି ।

ପାଟକୁରା,ସିଙ୍ଗିଟିଆ,ବିଚଣା,ବାଲିଘାଇ,ମାଣିକପୁର ଠାରେ ପୂଜା ମଣ୍ଡପମାନଙ୍କରେ ମା’ ଦୂର୍ଗାଙ୍କର ମୃଣ୍ମୟୀ ମୂର୍ତୀ ନିର୍ମାଣ କରାଯାଇ ପାରମ୍ପାରିକ ଭାବରେ ପୂଜାର୍ଚ୍ଚନା କରାଯାଉଛି । ମାଣିକପୁର ଗ୍ରାମବାସୀମାନଙ୍କ ପକ୍ଷରୁ ଆୟୋଜିତ ପୂଜା ଉତ୍ସବ ଚଳିତ ବର୍ଷ ୫୩ ବର୍ଷରେ ପହଂଚିଛି । ଏହି ପୂଜା ମଣ୍ଡପକୁ ତାଳସଙ୍ଗା,ଶାସନିପଡା,ନଛିପଡା,ଭୁଷରଙ୍ଗ,ଆଲିଫା,ମାଣିକପୁର,ପଦ୍ମପୁର,ଗୋତ୍ରବିଏ ମହମ୍ମୁଦା ଆଦି ଆଖପାଖ ଗ୍ରାମର ଶ୍ରଦ୍ଧାଳୁମାନେ ଆସୁଥିବାବେଳେ,ଅନ୍ତେଇ ପଂଚାୟତ ବାଲିଘାଇ ଗ୍ରାମର ବଜ୍ରସୁନା ଠାକୁରାଣୀ ମନ୍ଦିର ନିକଟରେ ଚଳିତ ବର୍ଷ ୪୦ତମ ପୂଜା ଉତ୍ସବ ଅନୁଷ୍ଠିତ ହେଉଛି । ଏହି ପୂଜା ଉତ୍ସବକୁ ଦେଖିବା ପାଇଁ ଅନ୍ତେଇ,ବଟିରା ଓ ମଙ୍ଗରାଜପୁର ପଂଚାୟତରେ ଥିବା ଗ୍ରାମଗୁଡିକର ଶ୍ରଦ୍ଧାଳୁମାନେ ଆସିଥାଆନ୍ତି ।

ସେହିପରି ପଦ୍ମପୁର ପଂଚାୟତ ବିଚଣା ଗ୍ରାମରେ ୨୪ତମ ପୂଜା ଉତ୍ସବ ଅନୁଷ୍ଟିତ ହେଉଛି । ସେହିପରି ପାଟକୁରା ଓ ସିଙ୍ଗିଟିଆ ଠାରେ ପୂଜା ମଣ୍ଡପରେ ମା’ ଦୂର୍ଗାଙ୍କର ମୃଣ୍ମୟୀ ମୂର୍ତୀ ନିର୍ମାଣ କରାଯାଇ ପାରମ୍ପାରିକ ଭାବରେ ପୂଜା ଅନୁଷ୍ଠିତ ହେଉଛି । ପୂଜା ଉତ୍ସବକୁ ନେଇ ଗ୍ରାମର ଲୋକମାନଙ୍କ ମଧ୍ୟରେ ଆନନ୍ଦ ଉତ୍ସାହ ପ୍ରକାଶ ପାଇଛି । ଆଇନ୍ ଶୃଙ୍ଖଳା ପାଇଁ ପାଟକୁରା ପୁଲିସ ପ୍ରହରା ଦେଇଛନ୍ତି । କେତେକ ପୂଜା ମଣ୍ଡପ ନିକଟରେ ଆଜି ସାଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଗରଦପୁର ବଜାର ସମେତ ପାଟକୁରା ବଜାର, ପଦ୍ମପୁର, ଲେଖନପଡ଼ା, ମଦନା, ତିକନପୁର, କୋରୁଆ, ବଡ଼ କଳାବୁଦା, ଗୋବିନ୍ଦପୁର , ଅଣ୍ଢାଳ, କଳାବୁଦା ବାରେଣି, କଉଡ଼ିଆବରାଇ, ତଳକୁସୁମା ପାଟଣା, ବନ୍ତଳା, ହରିପୁର, ଢ଼ିଅସାହି, ବଙ୍ଗାଳପୁର, କଦମଛନ୍ଦା, କୋଳିପଦା ଆଦି ସ୍ଥାନ ମାନଙ୍କରେ ଦୂର୍ଗତି ନାଶିନୀ ମା ଦୂର୍ଗାଙ୍କ ଶାରଦିୟ ପୂଜା ଉତ୍ସବ ମହା ଆଡ଼ମ୍ବର ସହକାରେ ପାଳନ କରାଯାଉଛି ।

ପୂଜା ମଣ୍ଡପ ଗୁଡ଼ିକ ଆକର୍ଷଣିୟ ଭାବରେ ସଜା ହୋଇଛି । ବ୍ରାହ୍ମଣ ପଣ୍ଡିତମାନେ ଖୁବ କାଷ୍ଟା ଓ ନିଷ୍ଠାର ସହିତ ମା ଙ୍କୁ ଆବାହନ କରି ମଣ୍ଡପରେ ପୂଚାର୍ଚ୍ଚନା କରୁଛନ୍ତି । ସେହିପରି ରାଆଁଳ, କୋଳିପଦା, କଦମଛନ୍ଦା, ପଳସୁଧା, ଓରଢ଼ୀ, ପୁଣ୍ଡିଲୋ ,ତଳକୁସୁମା , କଳାବୁଦା, ଗରଦପୁର, ପଦ୍ମପୁର,ପାଟକୁରା , କଉଡ଼ିଆବରାଇ , ତିକନପୁର  ଆଦି ସ୍ଥାନରେ ପୂଜା ମଣ୍ଡପରେ ମା ଙ୍କ ପୂଜା ଅନୁଷ୍ଠିତ ହେଉଛି । ଆସନ୍ତା ୨ ତାରିଖରେ ବିଜୟା ଦଶମୀ ବା ଦଶହରା ଉତ୍ସବ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *