କଟକ ସଦର,୧୯/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ସ୍ୱର୍ଗତା ବିଷ୍ଣୁପ୍ରିୟା ରାଉତ ଙ୍କ ତୃତୀୟ ବାର୍ଷିକ ଶ୍ରାଦ୍ଧ ଉପଲକ୍ଷେ ଆଜି ଶନିବାର ଦିନ ତାଙ୍କ ନାମରେ ପ୍ରତିଷ୍ଠିତ ‘ଵିଷ୍ଣୁପ୍ରିୟା ସେବା ସମିତି’ପକ୍ଷରୁ ତାଙ୍କ ପୁଅ ବିଶିଷ୍ଟ ଯୁଵଦ୍ୟୋଗୀ ବିକ୍ରମ ରାଉତଙ୍କ ତତ୍ତ୍ୱାବଧାନରେ ଗତିରାଉତପାଟଣା କଲ୍ୟାଣ ମଣ୍ଡପ ଠାରେ ଏକ ମାଗଣା ମେଗା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହାକୁ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଓ ବିଷ୍ଣୁପ୍ରିୟା ସେବା ସମିତି ର ଅଧ୍ୟକ୍ଷା, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ବିଷ୍ଣୁପ୍ରିୟା ଙ୍କ ବୋହୂ ଭାଗ୍ୟଲକ୍ଷ୍ମୀ ରାଉତ ମିଳିତଭାବେ ପ୍ରଦୀପ ପ୍ରଜୋଳନ କରି ଉଦଘାଟନ କରିବା ସହିତ ବିଷ୍ଣୁପ୍ରିୟା ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଏଥିରେ ଦଳମତ ନିର୍ବିଶେଷରେ ଅନେକ ବ୍ୟକ୍ତି ବିଶେଷଙ୍କ ସହିତ ବରିଷ୍ଠ ସମାଜସେବୀ ପ୍ରଫୁଲ୍ଲ ସିଂହ, କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, କଟକ ସଦର ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା, ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନା, ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ବିଶିଷ୍ଟ କଣ୍ଠଶିଳ୍ପୀ ଗଗନ ଜେନା ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ବିଧାୟକ ଇଂ ସେଠୀ ସ୍ୱ।ସ୍ଥ୍ୟ ଶିବିର କୁ ଵୁଲି ଦେଖିଵା ସହିତ ସେବା ସମିତି ର ଏତାଦୃଶ କାର୍ଯ୍ୟକ୍ରମ କୁ ଭୁୟସି ପ୍ରଶଂସା କରିଥିଲେ। ଶିବିର ରେ ବିଭିନ୍ନ ବିଭାଗ ର ୨୯୫ ଜଣଙ୍କ ସ୍ୱ।ସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ଓ ଚଷମା ପ୍ରଦାନ କରାଯାଇଥିଲା। ବିଶେଷ କରି ଲିଭର ପରୀକ୍ଷଣ ଫାଇଵର ସ୍କାନ ଦ୍ୱାରା ଉପଲବ୍ଧ ହୋଇଥିଲା।