ଗୋପ, ୦୪/୧୨/୨୦୨୩ (ଓଡ଼ିଶା ସମାଚାର)-ଗାଁ ଗହଳିରେ ଅନେକ ଗରୀବ ମଣିଷ ମାନେ ବହୁତ ଦୁଃଖକଷ୍ଟ ରେ ଅଛନ୍ତି। ବିଭିନ୍ନ ସମୟରେ ସମୟରେ ଏହି ଗରିବ ଶ୍ରେଣୀର ଲୋକ ମାନେ ମଧ୍ୟ ବହୁ ସରକାରୀ ଯୋଜନା ରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କ ନିକଟରେ ଶୀତ ଦିନରେ ଚାଦର ଖଣ୍ତିଏ ନାହିଁ। ଏପରି ଏକ ଅଭିଯୋଗ ଆସିବା ପରେ ଗୋପ ବ୍ଲକ ଅଞ୍ଚଳ ଦିହୁଡା ଗ୍ରାମର ନାଟ୍ୟକାର, ଲେଖକ ବିଜୟ କୁମାର ମହାନ୍ତି ଙ୍କ ପୁଅ ଜିତେନ୍ଦ୍ର ମହାନ୍ତି ଶନିବାର ବିଭିନ୍ନ ସ୍ଥାନରେ ପହଞ୍ଚି କମ୍ବଳ ବଣ୍ଟନ କରିଛନ୍ତି। ଜିତେନ୍ଦ୍ର ପୂର୍ବରୁ ବିଭିନ୍ନ ସାମାଜିକ କର୍ମୀ ଭାବେ ରହି ଅନେକ ସାମାଜିକ କାର୍ଯ୍ୟ ରେ ନିଜକୁ ସମର୍ପିତ କରି ଥିବା ଆଗକୁ ଅଧିକ ମାତ୍ରାରେ ନିଜ କୁ ସାମିଲ୍ କରିବେ ବୋଲି କହିଛନ୍ତି। ଶନିବାର ଏହି ସାମାଜିକ କର୍ମୀ ଗୋପ ବ୍ଲକ ଓ ନିମାପଡ଼ା ବ୍ଲକ ର ବିଭିନ୍ନ ଦଳିତ ସାହି ଓ ମସ୍କିକ୍ତ ବିକୃତ ଲୋକ ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ। ତାଙ୍କ ବାପା ବିଜୟ କୁମାର ମହାନ୍ତି ଜଣେ ଟେଷ୍ଟ ବ୍ୟାଙ୍କ ର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ବେଳେ ଅବସର ପରେ ସମୟ ବାହାର କରି ନିଜକୁ ଜଣେ ଲେଖକ ଓ ନାଟ୍ୟକାର ଭାବେ ପ୍ରତିପାଦିତ କରିଥିବା ସମୟରେ ବାପାଙ୍କ ଶୃଙ୍ଖଳିତ ଜୀବନ ଯାପନ ସହିତ ପରିବାରର ଉତ୍ସାହ ମତେ ଏତେ ବାଟ ଆଣିବା ଯୋଗୁଁ ଆଜି ମୁଁ ଏପରି ସେବା କରି ପାରୁଛି ବୋଲି ସେ କହିଛନ୍ତି। ଆଗକୁ ଏପରି ସେବା କରିବା ଜାରି ରଖିବା ସହିତ ଗରୀବ ମଣିଷ ମାନଙ୍କ ସେବା ଅକ୍ଷୁର୍ଣ୍ଣ ରଖିବି ବୋଲି ସେ କହିଛନ୍ତି। ଶନିବାର ଦୁଇ ଗୋଟି ବ୍ଲକ ବିଭିନ୍ନ ଦଳିତ ସାହି କୁ ଯାଇ ଶତାଧିକ ଗରୀବ ମଣିଷ ମାନଙ୍କୁ କମ୍ବଳ ବଣ୍ଟନ କରିଛନ୍ତି ଜିତେନ୍ଦ୍ର। ତାଙ୍କ ସହିତ ମାମୁଁ ତଥା ଗୋପ ବ୍ଲକ ଉପାଧ୍ୟକ୍ଷ ବନରଂଜନ ପଟ୍ଟନାୟକ ଙ୍କ ସହିତ ଅନ୍ୟାନ୍ୟ ଆଗ ଧାଡି ଲୋକ ମାନେ ରହିଥିଲେ।