କଟକ ସଦର,୬/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ତହସିଲ ଅର୍ନ୍ତଗତ ତଥା କିଶନନଗର ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ହାଟ ମଧ୍ୟକୁ ଯିବାକୁ ଥିବା ସରକାରୀ ଜାଗାକୁ ଜନୈକ ବିତ୍ତ ଓ ପ୍ରଭାବଶାଳୀ ବ୍ୟକ୍ତି ବେଆଇନ ଜବର ଦଖଲ କରି ସ୍ଥାୟୀ ନିର୍ମାଣ କାର୍ଯ୍ୟ କରୁଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଆଜି ମଙ୍ଗଳବାର ଦିନ ଶତାଧିକ ବ୍ୟକ୍ତି କିଶନନଗର ତହସିଲଦାର କ୍ଷୀରୋଦ କୁମାର ଦାଶଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି। ତହସିଲଦାର ଏଥିପ୍ରତି ଦୃଷ୍ଟି ଦେବାକୁ କହିଥିବା ବେଳେ ଏଥିରେ ଅବହେଳା ହେଲେ କିଶନନଗର ବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
କିଶନନଗର ତହସିଲ ନିକଟରେ ସରକାରୀ ଜମି ଉପରେ ବେଆଇନ ନିର୍ମାଣକୁ ବିରୋଧ କରି ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ
