କଟକ ସଦର , ୦୨/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବାରଙ୍ଗ ଥାନାରେ ଜନୈକ ନିର୍ଦ୍ଦୋଷ ରାକେଶ ବେହେରାଙ୍କୁ ପୋଲିସ ଥାର୍ଡ ଡିଗ୍ରୀ ପ୍ରୟୋଗ କରି ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ପୀଡ଼ିତ ଯୁବକ ଗୁରୁତର ଆହତ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଘଟଣାର ଦୁଇଦିନ ପରେ ଏହା ରାସ୍ତାରେ ଦୁର୍ଘଟଣା ଜନିତ ଆହତ ବୋଲି କଟକ ଡିସିପି ରିଷିକେଶ ଖିଲାରୀ ଦ୍ୟାନଦେଓ ସଫେଇ ଦେଇଛନ୍ତି।
ହେଲେ ଏଠାରେ ପ୍ରଶ୍ନ ଉଠୁଛି ଆହତ ରାକେଶକୁ ପୋଲିସ କାହା ଜିମାନାମାରେ ଥାନାରୁ ଛାଡିଥିଲା ଏଵଂ ତାଙ୍କର ଦୂର୍ଘଟଣା ର ବିବରଣୀ କଣ? ସେଥିରେ ଥାନା ଅଧିକାରୀଙ୍କୁ ତରବରିଆ ଭାବେ ବଦଳି କରାଯିବା ର ମାନେ କ’ଣ? ଏ ସବୁ ଅସମାହିତ ପ୍ରଶ୍ନ ଭିତରେ ଏଚଆରପିସି ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ମଙ୍ଗଳବାର ଦିନ ଉକ୍ତ ଟିମ୍ କଟକ ବଡ଼ ମେଡ଼ିକାଲର ହୃଦରୋଗ ବିଭାଗକୁ ଯାଇଁ ଚିକିତ୍ସିତ ହେଉଥିବା ରାକେଶ ବେହେରାଙ୍କୁ ଭେଟିବା ସହିତ ଡାକ୍ତର ମାନଙ୍କ ସହିତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝି ଫେରି ଯାଇଥିବା ଜଣାପଡିଛି।ଏବେ ରାଜ୍ୟରେ ଏହିଭଳି ଗୋଟିଏ ପରେ ଗୋଟିଏ ଘଟଣା ଲୋକଲୋଚନକୁ ଆସୁଥିବାରୁ ପୋଲିସ ଜନସାଧାରଣଙ୍କ ବନ୍ଧୁ ହେବା ପରିବର୍ତ୍ତେ ଶତୃ ପାଲଟିଥିଵା ଅଭିଯୋଗ ହେଉଛି।
