କଟକ ସଦର ବିଜେପିର ବିଧାନସଭା ନିର୍ବାଚନ ସମୀକ୍ଷା ବୈଠକ 

କଟକ ସଦର , ୫/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସାଧାରଣ ନିର୍ବାଚନ ପରେ ଆଜି ସୋମବାର ସଂଧ୍ୟାରେ କଟକ ସଦର ବିଜେପି ପକ୍ଷରୁ କଟକ ଜିଲ୍ଲା ବିଜେପି ସଭାପତି ରାମନାରାୟଣ ମହାନ୍ତି ଙ୍କ ପୈ।ରୋହିତ୍ୟରେ କନ୍ଦରପୁର ଠାରେ ବିଧାନସଭା ନିର୍ବାଚନମଣ୍ଡଳୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜେପି ସାଧାରଣ ସଂପାଦକ ସୀମାଞ୍ଚଳ ଖଟାଇ, ରାଜ୍ୟ ପ୍ରବକ୍ତା ଉର୍ମିଳା ମହାପାତ୍ର, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିଭା ଶତପଥୀ, ସଦର ବିଧାନସଭା ପ୍ରଭାରୀ ସତ୍ୟପ୍ରକାଶ ମଲ୍ଲିକଙ୍କ ସମେତ ନବନିର୍ବାଚିତ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ଦଳକୁ କିପରି ଆହୁରି ସୁଦୃଢ଼ ଓ ଚଳଚଞ୍ଚଳ କରାଯାଇପାରିବ ସେଥିପାଇଁ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ୪୨ ଗୋଟି ପଞ୍ଚାୟତ,୬ ଗୋଟି ମହାନଗର ନିଗମ ୱ।ର୍ଡ କୁ ନେଇ ଗଠିତ ୭ ଗୋଟି ସାଂଗଠନିକ ମଣ୍ଡଳର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।ଏହି ଅବସରରେ ଫକିରପଡା ସରପଂଚ ମିଲି ସେଠୀ ଆନୁଷ୍ଠାନିକ ଭାବେ ବିଜେପି ରେ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *