ଇସ୍ପାତ ଓ ଖଣି ବିଭାଗ, ସାଂସ୍କୃତିକ ପରିଷଦର ୩୮ତମ ବାର୍ଷିକ ଉତ୍ସବ ପାଳନ

ଭୁବନେଶ୍ୱର, ୨୬/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଇସ୍ପାତ ଓ ଖଣି ବିଭାଗ, ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ବିଭାଗର ୩୮ତମ ବାର୍ଷିକ ଉତ୍ସବ ଗତ ତା ୨୪-୦୪-୨୦୨୪ ରେ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଅଛି। ଶ୍ରୀଯୁକ୍ତ ଦୀପକ ମହାନ୍ତି, ଖଣି ଉପଦେଷ୍ଟା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସାଂସ୍କୃତିକ ପରିଷଦର କର୍ମକର୍ତ୍ତାଙ୍କ ଦ୍ଵାରା ବିଭିନ୍ନ ସମୟରେ କଳା, ସାହିତ୍ୟ,ନାଟକ, କ୍ରୀଡା ଓ ବଣଭୋଜି ଭଳି ବହୁବିଧ କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହେଉଥିବାରୁ ସାଂସ୍କୃତିକ ପରିଷଦର କର୍ମକର୍ତ୍ତାଙ୍କ ଭୂୟସୀ ପ୍ରଶଂସା କରିଥିଲେ।  ଅନ୍ୟତମ ସମ୍ମାନନୀୟ ଅତିଥି ଭାବରେ ଶ୍ରୀଯୁକ୍ତ ଜି. ରାଜେଶ, ନିର୍ଦ୍ଦେଶକ, ଖଣି ଓ  ଭୂତତ୍ତ୍ଵ ଏବଂ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସ୍ୱାଇଁ, ସ୍ଵତନ୍ତ୍ର ଶାସନ ସଚିବ ପରିଷଦର ବାର୍ଷିକ ଉତ୍ସବ ପାଳନ ପର୍ବରେ ଯୋଗଦାନ କରି ବକ୍ତବ୍ୟ ମାଧ୍ୟମରେ ସାଂସ୍କୃତିକ ପରିଷଦ ପ୍ରତିଆନ୍ତରିକ ଶୁଭେଚ୍ଛା ପ୍ରଦାନ ପୂର୍ବକ ପରିଷଦର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ମୁଖ୍ୟ ଅତିଥିଙ୍କ କରକମଳରେ ଇସ୍ପାତ ଓ ଖଣି ବିଭାଗର ମୁଖବନ୍ଧ “ରତ୍ନଗର୍ଭା” ଉନ୍ମୋଚିତ ହୋଇଥିଲା।ଏହି ପରିପ୍ରେକ୍ଷୀରେ ସାଂସ୍କୃତିକ ପରିଷଦର ବରିଷ୍ଠ ସଦସ୍ୟ ଶ୍ରୀ ସରୋଜ କୁମାର ମହାନ୍ତି, ରବୀନ୍ଦ୍ର କୁମାର ପ୍ରଧାନ ,ତିମିର ବରଣ ଦାସ ଏବଂ ଉମାଶଙ୍କର ମହାପାତ୍ର ତତସଙ୍ଗେସଙ୍ଗେ ସମସ୍ତ କଳାକାର ବୃନ୍ଦଙ୍କୁ ଅତିଥି ମାନଙ୍କ ଦ୍ଵାରା ସ୍ମୃତିସ୍ତବକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରଯାଇଥିଲା । ସଭା କାର୍ଯ୍ୟ ପରେ ସାଂସ୍କୃତିକ ପରିଷଦର କଳାକାରମାନଙ୍କ ଦ୍ବାରା ନାଟକ “ସବୁ ରାତିର ସକାଳ ନାହିଁ” ପରିବେଷିତ ହୋଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭାଗର ବରିଷ୍ଠ ପଦାଧିକାରୀ ,ଅନ୍ୟାନ୍ୟ ସଭ୍ୟ ସଭ୍ୟା ପ୍ରମୁଖ ଯୋଗଦାନ କରିଥିଲେ। ସାଂସ୍କୃତିକ ପରିଷଦର ସଭାପତି ଶ୍ରୀଯୁକ୍ତ ସୁରେଶ କୁମାର ନାଗ, ସାଧାରଣ ସମ୍ପାଦକ ଶ୍ରୀ ଭରତ ଚନ୍ଦ୍ର ନାୟକ,ଉପସଭାପତି ଶ୍ରୀ ଶାରଦା ପ୍ରସାଦ ମହାପାତ୍ର ଏବଂ ସହକାରୀ ସାଧାରଣସମ୍ପାଦକ ଦୀପକ ହରିଚନ୍ଦନସଭା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *