ଭୁବନେଶ୍ୱର, ୪/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତୀୟ ଯୋଗ ସଂସ୍ଥାନର ପ୍ରତିଷ୍ଠାତା ତଥା ସମ୍ପାଦକ ଶ୍ରୀ ପ୍ରକାଶ ଲାଲ ଙ୍କ ୧୫ ତମ ପୁଣ୍ୟତିଥି ଚନ୍ଦ୍ରଶେଖର ଯୋଗ ଜିଲ୍ଲା ତରଫରୁ ରେଲବିହାର କମ୍ୟୁନିଟି ହଲ ଠାରେ ଖୁବ୍ ଶ୍ରଦ୍ଧା ଓ ସମ୍ମାନ ର ସହ ପାଳନ କରାଯାଇଛି। ପ୍ରାନ୍ତମନ୍ତ୍ରୀ ଶ୍ରୀ ମୂରଲୀଧର ସୁବୁଦ୍ଧି , ପ୍ରାନ୍ତ ସଦସ୍ୟ ଶ୍ରୀ ରମେଶ ଚନ୍ଦ୍ର ବେହେରା , ଜିଲ୍ଲା ପ୍ରଧାନ ଶ୍ରୀ ରାଜକିଶୋର ଆଚାର୍ଯ୍ୟ କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ବୀମାକ୍ଷେତ୍ର ର ମମତା ଜି, ତ୍ରୁପ୍ତି ଜି ଇତିଶ୍ରୀ ଜି , କବିତା ଜି , ପ୍ୟାରୀ ଜି,ନମିତାଜି ପବିତ୍ର ରାମଧୁନ ଗାନକରିବା ସହ ଉପସ୍ଥିତ ଶତାଧିକ ସାଧକ ସାଧିକା ସ୍ବର୍ଗତ ପ୍ରକାଶଲାଲ ଙ୍କ ପ୍ରତିଛବି ନିକଟରେ ଭକ୍ତି ପୂର୍ବକ ଶ୍ରଦ୍ଧା ସୁମନ୍ ଅର୍ପଣ କରିଥିଲେ। ପରୋପକାର , ନିଷ୍କାମ ସେବା , ସୁସ୍ଥ ସରଳ ଜୀବନ , ବିଶ୍ଵଶାନ୍ତି , ସମାଜ କଲ୍ୟାଣ କାର୍ଯ୍ୟ ହିଁ ଭାରତୀୟ ଯୋଗ ସଂସ୍ଥାନ ର ମୂଳ ଲକ୍ଷ୍ୟ । ସମସ୍ତ ଜିଲ୍ଲା ଅଧିକାରୀ , କ୍ଷେତ୍ର ଅଧିକାରୀ ଓ ସାଧକ ସାଧିକା ମାନେ ତାଙ୍କର ଏହି ପ୍ରେରଣାପୂର୍ଣ୍ଣ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ । ରେଳକ୍ଷେତ୍ର ସାଧିକା ମାନେ ବନଜ୍ୟୋସ୍ନା ଜି , ନମିତା ଜି , କବିତା ଜି ଙ୍କ ଦିପମ୍ ଜ୍ୟୋତି ଓ ସରସ୍ଵତୀ ବନ୍ଦନା ଗାନ ରେ ପରିବେଶ ଭକ୍ତିମୟ ହୋଇ ଯାଇଥିଲା । ସମସ୍ତେ ସେହି ମହାମାନବ ,ପୁଣ୍ୟାତ୍ମା , ଦିବ୍ୟାତ୍ମା ଙ୍କ ପଥ କୁ ଅନୁସରଣ କରିବା ପାଇଁ ସମ୍ମତି ପ୍ରଦାନ କଲେ । କ୍ଷେତ୍ର ଅଧିକାରୀ ସରିତ୍ରୀ ପଟ୍ଟନାୟକ , ପାର୍ବତୀ ଦାଶ , ଦିଲ୍ଲୀପ ବିଶ୍ଵାଳ ,ପ୍ରମୋଦ ପଣ୍ଡା ଓ ପ୍ରମୋଦ କୁମାର ଆସନ ଓ ପ୍ରାଣାୟାମ ର ଅଭ୍ୟାସ ଖୁବ୍ ସୁନ୍ଦର ଭାବରେ କରାଇ ଥିଲେ । ରେଳ କ୍ଷେତ୍ରମନ୍ତ୍ରୀ ସବିତା ରାଣୀ ମଲ୍ଲିକ ଓମ୍ କି ଧ୍ଵନୀ ସହିତ ଗାୟତ୍ରୀମନ୍ତ୍ର ର ଉଚ୍ଚାରଣ କରାଇ ଥିଲେ । ବବିତା ଜି ଓ ସର୍ବେଶ୍ଵର ଜି ପ୍ରକାଶ ଲାଲ ଙ୍କ ଉଦ୍ଦେଶ୍ୟ ରେ ସ୍ମୃତି ଚାରଣ କରିଥିଲେ ।ସାଇ କ୍ଷେତ୍ର ମନ୍ତ୍ରୀ ବିଦ୍ୟୁତ୍ ପ୍ରଭା ଜି ଓ କେନ୍ଦ୍ରପ୍ରମୁଖ ସାଧିରା ଜି ସ୍ବର୍ଗତ ପ୍ରକାଶ ଲାଲ ଜି ଙ୍କ ଜୀବନୀ ଉପରେ ସର୍ବେଶ୍ଵର ଜି ଙ୍କ ଲେଖା ଗୋଟିଏ ସୁନ୍ଦର କବିତା ପାଠ କରିଥିଲେ । ଜିଲ୍ଲାମନ୍ତ୍ରୀ ପ୍ରଭାତ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସଂଗଠନ ମନ୍ତ୍ରୀ ଶ୍ରୀମତୀ ଅନିତା ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ପ୍ରାର୍ଥନା ଓ ଶାନ୍ତୀ ପାଠ ସହ କାର୍ଯ୍ୟକ୍ରମ ର ପରିସମାପ୍ତି ହୋଇଥିଲା ।