କଟକ ସଦର, ୫/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପୂର୍ଵ ନିର୍ଧାରିତ କାର୍ୟ୍ୟସୂଚୀ ଅନୁଯାୟୀ ଆଜି ସୋମବାର ଦିନ କଟକ ସଦର ଵ୍ଲକରେ କଟକ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଉମାକାନ୍ତ ରାଜ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶିଵ ଟପ୍ପୋ, ଗ୍ରାମାଞ୍ଚଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଲ୍ ଦିଵ୍ୟା,
ସଦର ଉପଜିଲ୍ଲାପାଳ ଜ୍ୟୋତିଶ୍ରଙ୍କର ରାୟ, କମିଶନରେଟ ଅତିରିକ୍ତ ଡିସିପି ଦେବଦତ୍ତ କର,କିଶନନଗର ତହସିଲଦାର କ୍ଷୀରୋଦ ଦାଶ ପ୍ରମୁଖ ଙ୍କ ସମେତ ଜିଲ୍ଲାର ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଯୋଗ ଦେଇଥିଲେ। ଏଥିରେ ୭୮ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ଅଭିଯୋଗ ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଅନ୍ୟପକ୍ଷରେ ଵ୍ଲକର ବିଭିନ୍ନ କାର୍ୟ୍ୟକ୍ରମ, ସଭାସମିତି ରେ ସାମ୍ବାଦିକ ମାନଙ୍କୁ ବ୍ଲକ ପ୍ରଶାସନ ଉପେକ୍ଷା କରୁଥିବା କୁ ନେଇ କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା ଜନଶୁଣାଣୀ ଶିବିରରେ ଅଭିଯୋଗ କରିଥିଲେ।
ଏଥିପାଇଁ ଅତିରିକ୍ତ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହିତ ଆଗକୁ ଏହାର ଯେପରି ପୁନରାବୃତ୍ତି ନହୁଏ ସେଦିଗରେ ଦୃଷ୍ଟି ଦେବାକୁ ବିଡ଼ିଓ ଙ୍କୁ ନିର୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ପ୍ରଚାର ପ୍ରସାର ଅଭାବରୁ ବହୁ ଅଭିଯୋଗକାରୀ ଅଭିଯୋଗରୁ ବଞ୍ଚିତ ହୋଇଥିବା ଜଣାପଡିଛି। ଜନଶୁଣାଣୀ ଶିବିର ପରିଚାଳନାରେ ଵିଡିଓ ରୁମନା ଜାଫ୍ରି, ଅତିରିକ୍ତ ଵିଡିଓ ଝାଡେଶ୍ୱର ଦାସ ଙ୍କ ସମେତ ସମସ୍ତ କର୍ମଚାରୀ ସହାୟତା କରିଥିଲେ।
କଟକ ସଦର ଵ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ,୭୮ ଅଭିଯୋଗ ପଞ୍ଜିକୃତ
