ଭୁବନେଶ୍ୱର–ଝାରସୁଗୁଡ଼ା ବିମାନ ସେବାର ଶୁଭାରମ୍ଭ
ଭୁବନେଶ୍ୱର,୧୭/୦୮/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଆମ ବିମାନ ସେବା ଯୋଜନାର ଶୁଭାରମ୍ଭ । ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗ ସହ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ଏହି ଯୋଜନାର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଏହି ଯୋଜନାରେ ଶନିବାର ଭୁବନେଶ୍ୱରରୁ ଝାରସୁଗୁଡ଼ା ଏୟାରପୋର୍ଟକୁ ଉଡ଼ିଛି ବିମାନ । ଏହି ସେବା ଆସନ୍ତା ସେପ୍ଟେମ୍ବର ୧ ତାରିଖ ଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହେବ । ସପ୍ତାହକୁ ୫ ଦିନ ଆମ ବିମାନ ସେବାରେ ଉଡ଼ିବ ବିମାନ ।

କେବଳ ରବି ଓ ସୋମ ବାରକୁ ଛାଡି ଅନ୍ୟ ସବୁଦିନ ଏହି ବିମାନ ସେବା ଉପଲବ୍ଧ ରହିବ । ଏହି ସେବା ଓଡ଼ିଶାର ନୂତନ ଗନ୍ତବ୍ୟସ୍ଥଳ ନୀତି ଅନୁଯାୟୀ ପରିଚାଳିତ ହେବ । ଏହା ରାଜ୍ୟରେ ସହଜ ବିମାନ ସଂଯୋଗ ସୃଷ୍ଟି କରିବା ସହ ଶିଳ୍ପ ଅଭିବୃଦ୍ଧି ଏବଂ ପର୍ଯ୍ୟଟନକୁ ଅଧିକ ସୁଦୃଢ କରାଇବ । ସେହିଭଳି ସୁଗମ ବିମାନ ଚଳାଚଳ ଭିତିଭୂମି ସୁଦୃଢ କରାଇବ ଆମ ବିମାନ ସେବା ଯୋଜନା । ଏହି ସେବା ଓଡ଼ିଶାର ନୂତନ ଗନ୍ତବ୍ୟସ୍ଥଳ ନୀତି ଅନୁଯାୟୀ ପରିଚାଳିତ ହେବ । ଏହା ରାଜ୍ୟରେ ସହଜ ବିମାନ ସଂଯୋଗ ସୃଷ୍ଟି କରିବା ସହ ଶିଳ୍ପ ଅଭିବୃଦ୍ଧି ଏବଂ ପର୍ଯ୍ୟଟନକୁ ଅଧିକ ସୁଦୃଢ କରାଇବ । ସେହିଭଳି ସୁଗମ ବିମାନ ଚଳାଚଳ ଭିତିଭୂମି ସୁଦୃଢ କରାଇବ ଏହି ବିମାନ ସେବା । ଭୁବନେଶ୍ୱର ବିମାନ ବନ୍ଦରରୁ ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା କୁ ଷ୍ଟାର ଏୟାର ବିମାନ ଆରମ୍ଭ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ପତାକା ଦେଖାଇ ଏହି ବିମାନ ସେବା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବିମାନରେ ୭୬ ଟି ସିଟ ରହିବା ଯାହାକି ୪୫ ମିନିଟ ରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଂଚିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ସେବା ପୂର୍ବ ଓଡ଼ିଶାରୁ ପଶ୍ଚିମ ଓଡ଼ିଶା କୁ ଯୋଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବର୍ତମାନ ୩୯ ରୁଟ ରେ ବିମାନ ଚଳାଚଳ କରୁଛି । ଏହାକୁ ଆହୁରି ଅଧିକ ବ୍ୟାପକ କରାଯିବ । ଏବେ ରାଜ୍ୟରେ ୧୪ ଟି ଏୟାର ଷ୍ଟ୍ରିପ୍ ଚାଲିଛି । ଆଗକୁ ଆହୁରି ୧୫ ଜିଲାରେ ଆଗକୁ ହେଲିପ୍ୟାଡ ନିର୍ମାଣ କରିବା ପାଇଁ ନିଷ୍ପତି ନିଆଯାଇଛି । ଖୁବ୍ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ।
ଆଗାମୀ ଦିନରେ ଏହି ବିମାନ ବନ୍ଦର କୁ ଅଧିକ ବ୍ୟାପକ କରାଯିବ । ପୂର୍ବରୁ ବହୁ ଆନ୍ତର୍ଜାତୀୟ ବିମାନ ସେବା ଭୁବନେଶ୍ୱର ଆନ୍ତର୍ଜାତୀୟ ସେବା ଜାରି ରହିଛି । ଆଗକୁ ଏହା ପ୍ରତିଦିନ ଚାଲିବା ପାଇଁ ନିଷ୍ପତି ଖୁବ୍ ଶୀଘ୍ର ନିଆଯିବା ନେଇ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଇଣ୍ଡିଗୋ ଏୟାରଲାଇନ ହବ୍ ହେବ ଭୁବନେଶ୍ୱର ବିମାନବନ୍ଦର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଭୁବନେଶ୍ୱରରେ MRO ପଲିସି ଅନୁଯାଇ MRO ନିର୍ମାଣ କରାଯିବ । ଏଥିରେ ବନ୍ଦରର କାର୍ଯ୍ୟକ୍ଷମତା ବୃଦ୍ଧି ପାଇବ । ବିଭିନ୍ନ କ୍ଷେତ୍ରରେ ଭୁବନେଶ୍ୱରରେ ମାନ୍ୟତା ବଢିବ । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ଓଡ଼ିଶା ସରକାର ରହିଛନ୍ତି । ଏଥିପାଇଁ କେନ୍ଦ୍ର ସହ ସମ୍ପର୍କ ରଖିଛୁ ବୋଲି ସେ କହିଛନ୍ତି ।
ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଐତିହାସିକ ପଦକ୍ଷେପ କେବଳ ପଶ୍ଚିମ ଓଡ଼ିଶାକୁ ରାଜ୍ୟର ରାଜଧାନୀ ସହିତ ନିକଟତର କରିବନି, ବରଂ ଶିଳ୍ପୋନ୍ନତି, ପର୍ଯ୍ୟଟନ ଓ ସାଂସ୍କୃତିକ ଆଦାନ-ପ୍ରଦାନକୁ ମଧ୍ୟ ଦ୍ରୁତ ଗତିଦେବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭୁବନେଶ୍ୱରରୁ ଏବେ ୪ଟି ଇଂଟରନେସନାଲ ଫ୍ଲାଇଟ୍-ସିଙ୍ଗାପୁର, ବ୍ୟାଙ୍କକ, ଦୁବାଇ ଓ ଆବୁଧାବୀକୁ ଚଳାଚଳ କରୁଛି ଏବଂ ଭୁବନେଶ୍ୱର ଓ ଝାରସୁଗୁଡ଼ାରୁ ଉଭୟ ନ୍ୟାସନାଲ୍ ଓ ଇଂଟରନ୍ୟାସନାଲ୍ କୁ ମିଶାଇ ୩୯ଟି ରୁଟ୍ ରେ ବିମାନ ଚଳାଚଳ କରୁଛି । ଓଡ଼ିଶା ଭିତରେ ଭୁବନେଶ୍ୱରରୁ ଜୟପୁର, ରାଉରକେଲା ଓ ଉତ୍କେଲାକୁ ବିମାନ ଚଳାଚଳ କରୁଥିଲା ।
ଆଜି ଝାରସୁଗୁଡ଼ା ସହିତ ଭୁବନେଶ୍ୱର ଆକାଶପଥରେ ଯୋଡ଼ି ହେଲା । ଆଗାମୀ ଦିନରେ ଆହୁରି ଅଧିକ ଡୋମେଷ୍ଟିକ୍ ଓ ଇଂଟରନେସନାଲ୍ ଫ୍ଲାଇଟ୍ ଚଳାଚଳ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ଭୁବନେଶ୍ୱର ବିମାନ ବନ୍ଦରରେ ମେଂଟେନାନ୍ସ,ରିପ୍ୟାରିଂ ଓ ଅପରେସନ୍(ଏମଆରଓ) ବ୍ୟବସ୍ଥା ବିକଶିତ କରାଯିବା ପାଇଁ ଯୋଜନା ରହିଛି । ରାଜ୍ୟରେ ବିଶ୍ୱସ୍ତରୀୟ ବିମାନ ଚଳାଚଳ ବ୍ୟବସ୍ଥା ପାଇଁ ଆମର ସମସ୍ତ ପଦକ୍ଷେପ ଜାରି ରହିଛି । ଆଗାମୀ କିଛି ବର୍ଷ ମଧ୍ୟରେ ଓଡିଶା ଏ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହେବ ।
ଏହି ବିମାନ ଶୁଭାରମ୍ଭ ଅବସରରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ- ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, କଟକ ସଦର ବିଧାୟକ ପ୍ରକାଶଚନ୍ଦ୍ର ସେଠୀ, ବଡଚଣା ବିଧାୟକ ଅମର ନାୟକ, ନିଆଳୀ ବିଧାୟକ ଛବି ମଲ୍ଲିକ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଏବଂ ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦ୍ଧେଶକ ପ୍ରମୁଖ ଉପସ୍ଥିତ ଥିଲେ ।
