ଡିଏମ୍ଏଫ୍ ଟ୍ରଷ୍ଟର କାର୍ଯ୍ୟକାରିତା ତଦାରଖ ଓ ସମୀକ୍ଷା ପାଇଁ ରାଜ୍ୟସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ।  

     

  • ଜୀବିକାର୍ଜନକ୍ଷେତ୍ରଉପରେଗୁରୁତ୍ୱ ଦେଇ ଡିଏମଏଫ ଜିଲ୍ଲାର ବିକାଶକୁ ପ୍ରାଧାନ୍ୟ
  • ଜିଲ୍ଲାପାଳମାନଙ୍କୁ ବାର୍ଷିକପ୍ରଗତିଶୀଳଯୋଜନାପ୍ରସ୍ତୁତି ଓ କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଦେଶ
  • ଭୁବନେଶ୍ୱର, ୨/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଖଣିଜ ସମୃଦ୍ଧ ଜିଲ୍ଲା ଗୁଡିକରେ ରହିଥିବା ଜିଲ୍ଲା ଖଣିଜ ପାଣ୍ଠି ଟ୍ରଷ୍ଟ (ଡିଏମ୍‌ଏଫ୍‌)ର କାର୍ଯ୍ୟକାରିତା ସଂପର୍କରେ ରାଜ୍ୟସ୍ତରୀୟ ତଦାରଖ ଓ ସମୀକ୍ଷା କମିଟିର ଏକ ବୈଠକ ଆଜି ଅପରାହ୍ନରେ ମୁଖ୍ୟଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିରାଜ୍ୟରେ ଅନୁଗୁଳ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, ସୁନ୍ଦରଗଡ, କୋରାପୁଟ, ମୟୁରଭଞ୍ଜ, ରାୟଗଡା ଆଦି୮ ଟି ଡିଏମଏଫ ଜିଲ୍ଲାର ହିଛିବୈଠକରେ ବିଭିନ୍ନ ଡିଏମଏଫ୍ ଜିଲ୍ଲାକୁ ବର୍ଷୱାରୀ ପାଣ୍ଠି, ବିଭିନ୍ନ ପ୍ରକଳ୍ପ ପାଇଁ ପାଣ୍ଠି ଆବଣ୍ଟନ ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରକଳ୍ପ କାର୍ଯ୍ୟକାରିତା ବାବଦରେ ଅର୍ଥ ବିନିଯୋଗ ସଂପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲାଡିଏମଏଫ ଜିଲ୍ଲାର ବିଭିନ୍ନ ଅଂଚଳରେ ରାସ୍ତା, ସେତୁ, ସୗଧ ନିର୍ମାଣ, ଶିକ୍ଷା, ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟସେବା, ରାସ୍ତା ସଂଯୋଗୀକରଣ, ଜୀବିକା ନିର୍ବାହ କାର୍ଯ୍ୟକ୍ଷମ, ଜଳସେଚନ, ମହିଳା, ଶିଶୁ, ବୟସ୍କ ଭିନ୍ନକ୍ଷମଙ୍କ କଲ୍ୟାଣ,  ଶକ୍ତି, ପରିବେଶ, ଦକ୍ଷତା ବିକାଶ, ଗୃହନିର୍ମାଣ ଆଦି କ୍ଷେତ୍ରରେ ଅର୍ଥ ବିନିଯୋଗ କରାଯାଉଛିବିଭିନ୍ନ କ୍ଷେତ୍ରରେ ଅର୍ଥ ବିନିଯୋଗ   କାର୍ଯ୍ୟ ସଂପର୍କରେ ମୁଖ୍ୟଶାସନସଚିବ ସମୀକ୍ଷା କରିଥିଲେ

          ବୈଠକରେ ଆଭାସୀ ମାଧ୍ୟମରେ ଯୋଗଦେଇଥିବା ଡିଏମଏଫ ଜିଲ୍ଲାରଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ ଏହି ପାଣ୍ଠି ଉପଯୋଗରେ କିପରି କାର୍ଯ୍ୟ କରାଯାଉଛି, ସେ ସଂପର୍କରେ ଉପସ୍ଥାପନ କରିଥିଲେ । ମୁଖ୍ୟ ଶାସନ ସଚିବ ଏ ସଂପର୍କରେ ସବିଶେଷ ଆଲୋଚନା କରିବା ସହ ଡିଏମଏଫ ପାଣ୍ଠିର ସଠିକ ଉପଯୋଗ ପାଇଁ ସଂପୃକ୍ତ ଜିଲ୍ଲାପାଳ ମାନଙ୍କୁ ବାର୍ଷିକ ପ୍ରଗତିଶୀଳ ଯୋଜନା ପ୍ରସ୍ତୁତି କରି ସେହି ଅନୁସାରେ କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଖଣି ସମୃଦ୍ଧ ଡିଏମଏଫ୍ ଜିଲ୍ଲାରେ ବହୁବିଧ କ୍ଷେତ୍ରରେ ଗୁଣାତ୍ମକ ଭିତ୍ତିଭୂମି ବିକାଶ ଓ ସେବା ପ୍ରଦାନ ସହ ଲୋକମାନଙ୍କର ଜୀବନଧାରଣ ମାନରେ ଯେପରି ଉନ୍ନତି ଘଟିବ, ସେମାନେ ଯେପରି ଜୀବିକାର୍ଜନର ସୁବିଧା ପାଇବେ ଏବଂ ଏହା ଯେପରି ନିରନ୍ତର ବିକାଶ ଲକ୍ଷ୍ୟ ସାଧନରେ ସହାୟକ ହେବ, ସେଥିପ୍ରତି ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଡିଏମଏଫର ଗଠନ, ଅର୍ଥବ୍ୟବସ୍ଥା, ଯୋଜନା, କାର୍ଯ୍ୟ ଯୋଜନାର ଅନୁମୋଦନ, ପ୍ରକଳ୍ପର ପ୍ରଶାସନିକ ମଂଜୁରୀ, ଟ୍ରଷ୍ଟର କାର୍ଯ୍ୟକାରିତା ସଂପର୍କରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା

          ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ  ଅନୁଗର୍ଗଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ,  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଭି.ଭି.ଯାଦବ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, ଗ୍ରାମ୍ୟଉନ୍ନୟନତଥାସୂଚନାଓଲୋକସଂପର୍କ ବିଭାଗ ପ୍ରମୁଖଶାସନସଚିବଶ୍ରୀସଂଜୟକୁମାରସିଂ , ସ୍ୱାସ୍ଥ୍ୟଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ କମିଶନର ତଥା ଶାସନ ସଚିବ ଆଶ୍ୱତୀ ଏସ୍ , ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି , ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ

Leave a Reply

Your email address will not be published. Required fields are marked *