ଜଗତପୁର ପ୍ରଗତି କ୍ଷୀର କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ

କଟକ,୦୩/୦୯/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )-କଟକ ଜଗତପୁର ଠାରେ  ଥିବା ପ୍ରଗତି ଦୁଗ୍ଧ କମ୍ପାନୀରେ ଆଜି ଭାୟାବହ ଅଗ୍ନିକାଣ୍ଡ ଯୋଗୁ ବ୍ୟାପକ କ୍ଷୟ କ୍ଷତି ଘଟିଛି । କମ୍ପାନୀ ପରିସରରୁ ହଠାତ୍ ଧୂଆଁ ଓ ନିଆଁ ବାହାରୁଥିବା ଦେଖି କର୍ମଚାରୀମାନେପ୍ରଥମେ ଭୟଭୀତ ହୋଇପଡ଼ିଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀର ଏକାଧିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ନିୟନ୍ତ୍ରଣକୁ ଆଣିବାକୁ ଜୋରଦାର ପ୍ରୟାସ ଜାରି ରହିଛି।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ, ଅଗ୍ନିକାଣ୍ଡ ରେ କମ୍ପାନୀର ଅନ୍ୟୁନ ଦଶଲକ୍ଷଟଙ୍କା ର କ୍ଷତିଘଟିଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *