କଟକ ସଦର,୨/୮/୨୦୨୪(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଗତିରାଉତପାଟଣା ପଞ୍ଚାୟତର ଡିହସାହି ଠାରେ ଥିବା ପ୍ରସିଦ୍ଧ ମା’ ହସ୍ତିଵାହିନୀ ମନ୍ଦିର ରେ ସେବାୟତ ପରିବାର ଓ ଟ୍ରଷ୍ଟ ବୋର୍ଡ ମଧ୍ୟରେ ଲାଗି ରହିଥିବା ବିବାଦ ଏଵେ ଘନୀଭୂତ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରତ୍ନତତ୍ତ୍ଵ ବିଭାଗ ଅଧିନରେ ଥିବା ଉକ୍ତ ମନ୍ଦିରକୁ ପୁରୁଷାନୁକ୍ରମେ ରଣା ପରିବାରଙ୍କ ପକ୍ଷରୁ ସେଵା ଯୋଗାଇ ଦିଆଯାଉଥିବା ବେଳେ ସେମାନଙ୍କ ଅଗୋଚରରେ ଟ୍ରଷ୍ଟ ବୋର୍ଡ ଗଠନ ହୋଇଥିବା ଅଭିଯୋଗ କରି ରଣା ପରିବାରଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ସେହିପରି ମନ୍ଦିର କାର୍ଯ୍ୟକ୍ରମ ରେ ରଣା ପରିବାର ଅସହଯୋଗ କରୁଥିବା ଏଵଂ ବିଭିନ୍ନ ସାମଗ୍ରୀ ଚୋରି କରିନେଇଥିବା, ଟ୍ରଷ୍ଟ ବୋର୍ଡର କାର୍ଯ୍ୟକର୍ତ୍ତା ମାନଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗରେ କମିଶନରେଟ କନ୍ଦରପୁର ଥାନାରେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଅଭିଯୋଗ ହୋଇ ମାମଲା ରୁଜୁ ହୋଇଛି।ଏଥିପାଇଁ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ବିବାଦ ଆଗକୁ ଵଢିଵା ପୂର୍ବରୁ ପ୍ରଶାସନିକ ସ୍ଥରରେ ଏହାର ତୁରନ୍ତ ସମାଧାନ କରାଯିବାକୁ ସାଧାରଣରେ ଦାବି ହେଉଛି।