ଜେଲ ପାଇଁ ଉଦ୍ଦିଷ୍ଟ ଜମି ଚିହ୍ନଟ କୁ ବିରୋଧ କରି ଗ୍ରାମବାସୀ ଙ୍କ ଧାରଣା 

ଆଲୋଚନା ପରେ କରାଯିବ ଚିହ୍ନଟ – ତହସିଲଦାର ଯାଜପୁର

ଯାଜପୁର ,୨/୮/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ): ଯାଜପୁର ବ୍ଲକ ଏରବାଙ୍କ ଛତରିଆ ପଡିଆ ରେ ହେବାକୁ ଥିବା ଜେଲ ପାଇଁ ସ୍ଥାନ ଚିହ୍ନଟ କୁ ବିରୋଧ କରି ଶୁକ୍ରବାର ଦିନ  ପଡିଆ କୁ ଯୋଗା ଯୋଗ କରୁଥିବା ମୁଖ୍ୟ ରାସ୍ତା ରେ ଶତାଧିକ ଗ୍ରାମବାସୀ  ତହସିଲ ପ୍ରଶାସନ କୁ  ବାରଣ କରି  ଧାରଣା ରେ ବସିଥିବା ଦେଖିବାକୁ ମିଳିଥିଲା ।ଏଠାରେ ଯଦି ଜେଲ ହୁଏ ଚାଷ ଉପରେ ନିର୍ଭର କରୁଥିବା ଲୋକ ନାନାଦି ହଇରାଣ ହେବେ ।  ଯେହେତୁ ଏଇଟା ଗୋଚର ଜାଗା ଗୋରୁ ଗାଈ ବନ୍ଧାବନ୍ଧି  ଓ ଚରିବା ପାଇଁ ଅନେକ ଅସୁବିଧା ହେବ । ଗ୍ରାମର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ  କରିବା ରେ ବାଧା ଉପୁଜିବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବହୁ ପୁରାତନ କାଳରୁ ଏଠାରେ ମହାପୁରୁଷ ବିଦ୍ୟମାନ । ଏପରିକି ବ୍ୟାପକ ପରିମାଣରେ ବୃକ୍ଷ ଏଠାରୁ ଲୋପ ପାଇବ । ଯାହାକି ସିଧାସଳଖ କୃଷି କାର୍ଯ୍ୟରେ କ୍ଷତି କରାଇବ । ପିଲାମାନେ ଖେଳ କୁଦ ରୁ ବଞ୍ଚିତ ରହିବେ ।ଏହାକୁ ଆଖି ଆଗରେ ରଖି ଏହି ବିରୋଧ ଆରମ୍ଭ ହୋଇଛି ।

ସ୍ଥାନ ଚିହ୍ନଟ ପାଇଁ ଯାଜପୁର ତହସିଲଦାର ଓ ଟିମ ଙ୍କ ସହ ସଦର ପୋଲିସ , ବରୀ ପୋଲିସ ଓ ଜିଲ୍ଲା ପୋଲିସ ରୁ ବହୁ ପୋଲିସ ମୁତୟନ କରାଯାଇଥିଲା ।  ଉକ୍ତ କାର୍ଯ୍ୟକ୍ରମରେ ପୋଲିସ ହାଉସିଂ କଟକ ଶାଖା ମଧ୍ୟ ଯୋଗ ଦେଇଥିଲେ । ତହସିଲ ଓ ପୋଲିସ ପକ୍ଷରୁ  ଗ୍ରାମବାସୀ ଙ୍କୁ ଯେତେ ବୁଝାବୁଝି କରାଯାଇଥିଲେ ସୁଦ୍ଧା ଗ୍ରାମବାସୀ ସେମାନଙ୍କ ଜିଦ୍ ରୁ ଓହରି ନଥିବାରୁ ଶେଷରେ ତହସିଲ ପ୍ରଶାସନ ଚିହ୍ନଟ କାର୍ଯ୍ୟକୁ ଆଜି ବନ୍ଦ ରଖି ସ୍ଥାନ ପରିତ୍ୟାଗ କରିଥିଲା । ପରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ରେ ଏହି ଅଭିଯୋଗ ଆଲୋଚନା କରାଯିବ ବୋଲି ଜଣାପଡିଛି । ହେଲେ ଏଠାରେ ଜେଲ ନିର୍ମାଣ କେବେ ହେଲେ ହେବ ନାହିଁ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *