ରାଜ୍ୟସ୍ତରୀୟ ରଚନା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ତପସ୍ୱିନୀ ବେହେରା

ଭୁବନେଶ୍ୱର,୦୧/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟସ୍ତରୀୟ ରଚନା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ତପସ୍ୱିିନୀ ବେହେରା । ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ‘ହରେକୃଷ୍ଣ ମହତାବଙ୍କର ଓଡ଼ିଆ ସାହିତ୍ୟ ଓ ଭାଷା ପ୍ରତି ଅବଦାନ’ ଶୀର୍ଷକ ବିଷୟବସ୍ତୁକୁ ନେଇ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।

        ଝାରସୁଗୁଡ଼ା ଜିଲ୍ଲା, କୋଲାବିରା ବ୍ଲକ୍‌ସ୍ଥିତ ପତ୍‌ରାପାଲ୍ଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ତପସ୍ୱିନୀ ବେହେରା ଭବିଷ୍ୟତରେ ପ୍ରଶାସନିକ ସେବାରେ ଯୋଗଦେବାକୁ ଇଚ୍ଛା ରଖିଛନ୍ତି । ପୂର୍ବରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସ୍ଥାପନା ଦିବସରେ ଜିଲ୍ଲାସ୍ତରୀୟ ରଚନା ପ୍ରତିଯୋଗିତାରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରଥମ ହୋଇପାରିନଥିବାର ଦୁଃଖ ତାଙ୍କୁ ଅଧିକ ପରିଶ୍ରମ କରିବାକୁ ପ୍ରେରଣା ଯୋଗାଇଥିଲା । ପ୍ରତିଯୋଗିତା ପାଇଁ ପ୍ରସ୍ତୁତିରେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସମସ୍ତ ସହଯୋଗ କରିବା ସହ ପାଠ୍ୟପୁସ୍ତକ ମଧ୍ୟ ଯୋଗାଇଦେଇଥିଲେ ବୋଲି କୁମାରୀ ବେହେରା ପ୍ରକାଶ କରିଛନ୍ତି ।  ଏଥି ସହିତ ସେ ଫୁଟ୍‌ବଲ୍‌ ଖେଳରେ ମଧ୍ୟ ରୁଚି ରଖନ୍ତି ।

Leave a Reply

Your email address will not be published. Required fields are marked *