ଯାଜପୁର,୧୩ /୦୬/୨୦୨୫ (ଓଡ଼ିଶା ସମାଚାର)- ଆଜି ୧୫ ଦିନ ବ୍ୟାପି ଶିଶୁ ଶ୍ରମିକ ନିରାକରଣ ସଚେତନତା ପକ୍ଷ ପାଳନ ଅବସରରେ ଜିଲ୍ଲା ଶ୍ରମ ବିଭାଗ , ଯାଜପୁର ତଥା ଜିଲ୍ଲା ପ୍ରଶାସନ , ଯାଜପୁର ଙ୍କ ମିଳିତ ଆନୁକୁଲ୍ୟ ରେ ଜିଲ୍ଲାପାଳ ,ଯାଜପୁର ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ବିକାଶ ମେଳା ପଡିଆ ଠାରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତ। ରଥ ଶ୍ରୀ ଶିବ ଶଙ୍କର ମିଶ୍ର , ଯୁଗ୍ମ ଶ୍ରମ ଆଯୁକ୍ତ ,ଯାଜପୁର, ଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟ , ପ୍ରଭାଗୀୟ ଶ୍ରମ ଆଯୁକ୍ତ , ଯାଜପୁର , ଶ୍ରୀମତୀ ରେକ୍ସୋନ। ଜେନା, ଚେୟାରମ୍ୟାନ , ଶିଶୁ କଲ୍ୟାଣ ସମିତି ,ଯାଜପୁର , ଶ୍ରୀ କାମିନି ରଞ୍ଜନ ପଟ୍ଟନାୟକ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ , ଯାଜପୁର , ଶ୍ରୀ ନିରଞ୍ଜନ କର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ,ଯାଜପୁର ଙ୍କ ଦ୍ଵାର। ଉଦଘାଟନ କରାଯାଇଥିଲା ।
ସଚେତନତା ରଥ ଟି ରେ ବାର୍ତ୍ତା ପ୍ରଚାର କରାଯିବ। ସହିତ ୬-୧୪ ବର୍ଷ ମଧ୍ୟରେ ଶିଶୁ ଶ୍ରମିକ ଙ୍କୁ କାର୍ଯ୍ୟରେ ନିୟୋଜିତ କରିଲେ କିମ୍ବା କିଶୋର ଶ୍ରମିକ ଙ୍କୁ ବିପଦ ସଙ୍କୁଳ ବୃତ୍ତି ଓ ପ୍ରକ୍ରିୟା ରେ ନିୟୋଜିତ କଲେ ଆଇନ ରେ ଥିବା ଦଣ୍ଡ ବିଧାନ ର ବିଧି ବିଧାନ ଥିବାର ସଚେତନ କରାଯାଉଅଛି । ସଚେତନତା ରଥ ଟି ଜିଲ୍ଲା ରେ ସମସ୍ତ ପୌରାଞ୍ଚଳ ଓ ବ୍ଲକ ଏରିଆ ରେ ଭ୍ରମଣ କରି ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସାଧାରଣ ଜନତା ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ ।
ଏତଦବ୍ୟତୀତ ସ୍କୁଲ ର ଏନସିସି ଛାତ୍ର ଓ ଛାତ୍ରୀ , ଆସ୍ପ।ୟାର ଏନ. ଜି .ଓ. ର ସଦସ୍ୟ , ଜିଲ୍ଲା ନିୟୋଜନ ଅଧିକାରୀ ,ଯାଜପୁର , ଜିଲ୍ଲା ଶିକ୍ଷା ଅଧିକାରୀ , ଯାଜପୁର , ବିଭିନ ଶ୍ରମିକ ସଂଗଠନ ର ସଭ୍ୟ ,
ଯାଜପୁର ଶ୍ରମ ବିଭାଗ ର ଶ୍ରୀ ଦେବାଶିଷ ଜେନା , ଭରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ ) ,ସମସ୍ତ ସହକାରୀ ଶ୍ରମ ଅଧିକାରୀ ଯଥା ଶ୍ରୀ ସୌମ୍ୟ ସୁନ୍ଦର ରାଉତରାୟ , ଶ୍ରୀ ସୌମ୍ୟ ରଞ୍ଜନ ବେହେରା , ଶ୍ରୀ ସ୍ମୃତି ରଞ୍ଜନ ପଣ୍ଡା ଓ କୁମାରୀ ରଚନା ସେଠୀ ଙ୍କ ସହିତ କାର୍ଯ୍ୟ।ଳୟ ର ସମସ୍ତ କର୍ମଚାରୀ ଙ୍କ ଦ୍ଵାରା ଏକ ସଚେତନତା ରାଲି ବିକାଶ ମେଳା ମଇଦାନ ରୁ ବାହାରି ଜିଲ୍ଲା ମୁଖ୍ୟ ଚିକିତ୍ସ।ଳୟ ଦେଇ ଗାନ୍ଧୀ ଛକ ପର୍ଯ୍ୟନ୍ତ ଯାଇ ସମସ୍ତ ଦୋକାନ ,ବାଣିଜ୍ୟ ପ୍ରତିଷ୍ଠାନ ଓ ଜନସାଧାରଣ ଙ୍କ ମଧ୍ୟରେ ସଚେତନତ। ବାର୍ତ୍ତା ପ୍ରଦାନ କରିଥିଲେ।