ଛତିଶଗଡ଼ ରାଜ୍ୟପାଳଙ୍କୁ ବିଦାୟିକାଳୀନ ଅପୂର୍ବ ସମ୍ବର୍ଦ୍ଧନା

                                                            ଛତିଶଗଡ଼ ଜନତାଙ୍କ ଭଲପାଇବା ଅତୁଳନୀୟ
ଭୁବନେଶ୍ୱର, ୩୦/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ରାଜ୍ୟପାଳ ଭାବେ କାର୍ଯ୍ୟକାଳ ସମାପ୍ତ ପରେ ଆଜି ଛତିଶଗଡ଼ ସରକାରଙ୍କ ତରଫରୁ ରାୟପୁର ବିମାନବନ୍ଦର ଠାରେ ତାଙ୍କୁ ବିଦୟିକାଳୀନ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ରାଜ୍ୟପାଳ ଛତିଶଗଡ଼ ଜନତାଙ୍କୁ ଭୁରି ଭୁରି ପ୍ରସଂଶା କରି କହିଛନ୍ତି ଯେ ଛତିଶଗଡ଼ବାସୀଙ୍କର ସ୍ନେହ ଓ ଭଲପାଇବା ତାଙ୍କୁ ଅପୂର୍ବ ଆନନ୍ଦ ଓ ଉତ୍ସାାହ ଦେଇଛନ୍ତି । ସେମାନଙ୍କ ଭଲପାଇବା ମୋ ପାଖରେ ଚିରଦିନ ମନେରହିବ । ଏହି ଅବସରରେ ସେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁଦେବ ସାଏ, ମନ୍ତ୍ରୀ, ବିଧାୟକ, ରାଜ୍ୟ ସରକାରୀ ଅଧିକାରୀ ସମେତ ରାଜଭବନ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଏଥିସହିତ ରାଜ୍ୟପାଳ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ସେ ରାଜ୍ୟର ବିଭିନ୍ନ ଅଂଚଳକୁ ପରିଦର୍ଶନ କରିବା ସମୟରେ ସେ ଲୋକଙ୍କ ପରିଶ୍ରମ, ସମର୍ପଣ ଓ ସାହାସକୁ ଅତି ନିକଟରୁ ଦେଖି ସେମାନଙ୍କୁ ପ୍ରଂଶସା କରିଛନ୍ତି । ଏଠାକାର ପ୍ରାକୃତିକ ପରିବେଶ ଯେତିକି ସବୁଜ ସୁନ୍ଦରତା ଭରିରହିଛି ଏଠାକାର ଲୋକମାନେ ମଧ୍ୟ ସେତିକି ଶାନ୍ତ, ସରଳ ଓ ନିରୀହ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି ।
ରାଜ୍ୟପାଳ ତାଙ୍କର କାର୍ଯ୍ୟକାଳ ସମୟରେ ଅନେକଗୁଡ଼ିଏ ମହତ୍ୱପୂର୍ଣ୍ଣ ଯୋଜନା ଲାଗୁ କରାଯାଇଛି । ଉଚ୍ଚଶିକ୍ଷା କ୍ଷେତ୍ରରେ କିପରି ଶିକ୍ଷାର ମାନବୃଦ୍ଧି କରାଯାଇ ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରକୁ ଉନ୍ନତ କରାଯିବ ସେ ଦିଗରେ ସରକାର ଓ ବିଶ୍ୱବିଦ୍ୟାଳୟକୁ ରାଜ୍ୟପାଳ ପରାମର୍ଶଦେବା ସହିତ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ଏଥିସହିତ ଯଥାସମୟରେ ଦୀକ୍ଷାନ୍ତ ସମାରୋହ ସମାପନ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ଯାହାଫଳରେ ଶୀକ୍ଷାର୍ଥିୀଙ୍କ ଭବିଷ୍ୟତ ଉଜ୍ୱଳମୟ ହେବ । ବିଶ୍ୱବିଦ୍ୟାଳୟ କୁଳାଧିପତି ଭାବରେ ସେ ଛାତ୍ରଛାତ୍ରୀମାନଙ୍କୁ ସବୁବେଳେ ଦେଶ ଓ ଜାତିର ସେବା, ଗରୀବ, ଶୋଷିତ ଓ ବଂଚିତ ବର୍ଗର ଉନ୍ନତି ପାଇଁ କାର୍ଯ୍ୟକରିବାକୁ ସର୍ବଦା ପ୍ରେରଣା ଦେଇଛନ୍ତି ।
ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗରୀବ କଲ୍ୟାଣ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ଅନ୍ୟାନ୍ୟ କ୍ଷେତ୍ରରେ ଅବହେଳିତଙ୍କୁ ସୁବିଧା ଯୋଗାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା କାର୍ଯ୍ୟ ଛତିଶଗଡ଼ବାସୀଙ୍କୁ ଲାଭପ୍ରଦ କରିଛି । ଆଜାଦିକା ଅମୃତ ମହୋତ୍ସବ ପୁରା ଦେଶ ପାଳନକଲା ଯେଉଁଥିରେ ଦେଶବାସୀଙ୍କ ମାତୃଭୂମି ପ୍ରତି ଭଲପାଇବା ଓ ଦେଶଭକ୍ତି ପ୍ରକଟିତ ହୋଇପାରିଛି । ଦେଶର ପ୍ରତ୍ୟେକ ନାଗରିକ ଦେଶ ଓ ମାତୃଭୁମି ପ୍ରତି ଶ୍ରଦ୍ଧା ଓ ମାତୃଭୂମି ପାଇଁ କାର୍ଯ୍ୟ କରିବା ଭାବିବା ଉଚିତ୍ । ଭାରତ ବର୍ତମାନ ଆର୍ଥିକ ଦୃଷ୍ଟିରୁ ପଂଚମ ମହାଶକ୍ତି ହୋଇପାରିଛି । ପ୍ରଧାନମନ୍ତ୍ରୀ ମୋଦି ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଦେଶକୁ ବିଶ୍ୱର ଶ୍ରେଷ୍ଠ ତୃତ୍ୱୀୟ ସ୍ଥାନରେ ରଖିବା ପାଇଁ ସଂକଳ୍ପ ନେଇଛନ୍ତି । ବିଶ୍ୱ ରାଜନୀତିରେ ବର୍ତମାନ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଯେଉଁଭଳି ଭାବରେ ବିଶ୍ୱରେ ଯୁଦ୍ଧର ବିଭିଶିକା ଭିତରେ ଗତି ଗରୁଥିଲା ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତି ଓ ବିଶ୍ୱକୁ ଶାନ୍ତିବାର୍ତା ଭାରତର କିର୍ତୀ ଓ ଗୌରକୁ ଉଜ୍ୱଳ କରିଛି ।
ପ୍ରଧାନମନ୍ତ୍ରୀଙ୍କ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ ଅନନ୍ୟ ବୋଲି ରାଜ୍ୟପାଳ କହିଥିଲେ । ରାଜ୍ୟପାଳ ଶ୍ରୀ ହରିଚନ୍ଦନ ସର୍ବଦା ସମ୍ବେଦନଶୀଳ ଭାବରେ କାର୍ଯ୍ୟକରିବା ଦିଗରେ ଯତ୍ନବାନ ଥିଲେ । ସାଧାରଣ ଲୋକଙ୍କ ପାଇଁ ରାଜ୍ୟପାଳଙ୍କ ଦ୍ୱାର ସର୍ବଦା ଉନ୍ମୁକ୍ତ କରିଥିଲେ ଯାହାଫଳରେ ସାଧାରଣ ଜନତା ତା ନାଯ୍ୟଦାବି ପାଇପାରିବ । ସରକାର ଓ ଜନତାଙ୍କ ମଧ୍ୟରେ ଏକ ସଂପର୍କର ସେତୁ ତିଆରି କରିବା ପାଇଁ ସେ ପ୍ରୟାସ କରିଥିଲେ । ଏହିସବୁ କାର୍ଯ୍ୟ ସମସ୍ତଙ୍କ ସହଯୋଗ ଓ ସମର୍ଥନରେ ସମ୍ଭବ ହୋଇପାରିଥିଲା ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ ଏବଂ ଛତିଗଡ଼ବାସୀଙ୍କ ସୁଖସମୃଦ୍ଧି କାମନା କରିଥିଲେ ।
ବିଦାୟୀ ସମ୍ବର୍ଦ୍ଧାନ ଉତ୍ସବ ଭାବାବେଗରେ ପରିପୂର୍ଣ୍ଣ ଥିଲେ ରାଜ୍ୟପାଳଙ୍କ ସମସ୍ତଙ୍କ ଜୟଜଗନ୍ନାଥ ସମ୍ବୋଧନ
ଉକ୍ତପରିବେଶକୁ ଜଗନ୍ନାଥମୟ କରିଦେଇଥିଲା । ଉକ୍ତ ଉତ୍ସବରେ ରାଜ୍ୟ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ଭୂପେଶ ବଘେଲ, ଉପମୁଖ୍ୟମନ୍ତ୍ରୀ ସାଓ ସମେତ ସମସ୍ତମନ୍ତ୍ରୀ, ବିଧାୟକ, ସରକାରୀ ଅଧିକାରୀ ଉପସ୍ଥିତ ରହି ବିଦାୟସମ୍ବର୍ଦ୍ଧନା ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *