ବ୍ୟୟ ଅଟକଳ ୩ ଲକ୍ଷ କୋଟି ଛୁଇଁପାରେ – କୃଷିଭିତିିକ ଶିଳ୍ପ,କୃଷି, ପର୍ଯ୍ୟଟନକୁ ମିଳିପାରେ ଗୁରୁତ୍ୱ
ଭୁବନେଶ୍ୱର,୧୭/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଆଜି ଫେବୃୟାରୀ୧୭ତାରିଖ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫- ୨୬ ଆର୍ଥିକବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିବେ ।
ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅର୍ଥ ବିଭାଗ ଥିବାରୁ ସେ ଏଥର ବଜେଟ ବିଧାନସଭାରେ ଉପସ୍ଥାପନ କରିବେ । ଏଥରର ବଜେଟ ପରିମାଣ ୩ ଲକ୍ଷ କୋଟି ଛୁଇଁପାରେ ବୋଲି ଆକଳନ କରାଯାଉଛି ।୧୩ରୁ ଆରମ୍ଭ ହୋଇଥିବା ଚଳିତ ଅଧିବେଶନ ଏପ୍ରିଲ ୫ରେ ଶେଷ ହେବ ।
ବଜେଟରେ ଯୁବ,ମହିଳା,ଚାଷୀଙ୍କ ଉପରେ ଫୋକସ କରାଯାଇପାରେ । ମୁଖ୍ୟତଃ ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ ଉପରେ ଗୁରୁତ୍ୱ ସାଙ୍ଗକୁ ସରକାରଙ୍କ କିଛି ଫ୍ଲାଗସିପ ଯୋଜନାରେ ଅର୍ଥ ପରିମାଣ ବଢ଼ିାରେ । ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ କିଛି ଘୋଷଣା ଏହି ବଜେଟରେ ଆଶ୍ୱସ୍ତି ଆଣିପାରେ । କୃଷିଭିତିକ ଶିଳ୍ପ,କୃଷି,ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ମିଳିପାରେ ବୋଲି ତଥ୍ୟାଭିଜ୍ଞ ମହଲ ଆକଳନ କରୁଛନ୍ତି । ବିଧାନସଭାରେ ୨୦ ଓ ୨୧ରେ ରାଜ୍ୟ ବଜେଟ ଉପରେ ସାଧାରଣ ଆଲୋଚନା ହେବାକୁ ରହିଛି ।