ମଣ୍ଟେଶୋରୀ ଆଗ୍ରୋଟେକ୍ ୩୦ ଟଙ୍କାରେ ଖାଉଟିଙ୍କୁ ଆଳୁ ବିକ୍ରୟ କଲା।

କଟକ ସଦର, ୩୦/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟରେ ଦେଖାଦେଇଥିବା ଅଭାଵି ଆଳୁ ସମସ୍ୟା ସହିତ ଚଢା ଦରରେ ଆଳୁ ବିକ୍ରୟ କୁ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା ବେଳେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପରାମର୍ଶକ୍ରମେ ତାଙ୍କ ବାସଭବନ କିଶନନଗର ବିଶ୍ୱ।ଳପଡା ଠାରେ ଥିବା ମଣ୍ଟେଶୋରୀ ଆଗ୍ରୋଟେକ୍ ଖାଉଟି ମାନଙ୍କୁ ଦୁଇଦିନ ହେଲା କିଲୋ ୩୦ ଟଙ୍କାରେ ଆଳୁ ବିକ୍ରୟ କରି ଉଦାହରଣ ସୃଷ୍ଟି କରିପାରିଛି। ସୂଚନାଯୋଗ୍ୟ ଯେ ସରକାରଙ୍କ ପକ୍ଷରୁ ୩୨ ଟଙ୍କାରେ ଆଳୁ ବିକ୍ରୟ କରିବାକୁ ନିର୍ଦ୍ଦେଶନାମା ବଳବତ୍ତର ଥିବା ବେଳେ ମଣ୍ଟେଶୋରୀ ଆହୁରି ୨ ଟଙ୍କା କମ ରେ ଲୋକଙ୍କୁ ଆଳୁ ବିକ୍ରୟ କରି ଧନ୍ୟବାଦର ପାତ୍ର ହୋଇଛି। ଏହା ପୂର୍ବରୁ ଫନି ବାତ୍ୟା ଓ କରୋନା ସମୟରେ ମଧ୍ୟ ଏହି ପରି ସୁଲଭ ମୂଲ୍ୟରେ ଆଳୁ ସହିତ ପନିପରିବା ବିକ୍ରୟ କରିଥିବା ନଜିର ମଧ୍ୟ ରହିଅଛି। ଗଛିତ ଆଳୁ ସରିବା ପର୍ଯ୍ୟନ୍ତ ଏହି ସୁଲଭ ଆଳୁ ବିକ୍ରୟ ଚାଲୁ ରହିବ ଏଵଂ ଆଗକୁ ସରକାର ଉକ୍ତ ଶୀତଳ ଭଣ୍ଡାରରେ କ୍ଷମତା ଅନୁଯାୟୀ ଆଳୁ ଗଛିତ ରଖିବାକୁ ଆଗ୍ରୋଟେକ୍ ର ପରିଚାଳନା ନିର୍ଦ୍ଦେଶକ ଇଂ ମାନସ କୁମାର ଲେଙ୍କା ସରକାରଙ୍କୁ ନିବେଦନ କରିଛନ୍ତି। ଏହା ହେଲେ ଆଗାମୀ ଦିନରେ କଟକ ସଦର ଅଞ୍ଚଳରେ ଆଳୁର ଅଭାବି ସମସ୍ୟା କେତେକାଂଶରେ ଦୂର ହୋଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *