ସାଲେପୁର,୨୦/୧୨/୨୦୨୩(ଓଡିଶା ସମାଚାର /ଅଭୟ ଜେନା )-ସ୍ଥାନୀୟ ଲୁଣାହାର ଗ୍ରାମର ତଥା ସାଲେପୁର ଅଞ୍ଚଳ ର ଜଣାଶୁଣା ବ୍ୟକ୍ତି ବୀରେନ୍ଦ୍ର କୁମାର ଭୂୟାଁ (ବୁଲୁଭାଇ ) ଙ୍କର ପରଲୋକ ଘଟିଛି । ଗତ କାଲି ମଙ୍ଗଳ ବାର ରାତି ବାରଟା ରେ ହଠାତ ହୃଦଘାତ ଯୋଗୁତାଙ୍କର ପରଲୋକ ଘଟିଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷବୟସ ହୋଇଥିବା ସୂଚନା । ସ୍ବର୍ଗତ ଭୂୟାଁ ସାଲେପୁର ବ୍ଲକ ଯୋଗାଣ ଓ ବଣ୍ଟନ ବିଭାଗ ଜଣେ ବରିଷ୍ଠ ରିଟେଲର ଭାବେକାର୍ୟ୍ୟକରୁଥିଲେ । ସେ ମଧ୍ୟ ସାଲେପୁର ସତ୍ୟସାଇସେବା ସଂଗଠନର ପ୍ରାକ୍ତନ ଆବାହକ ଥିଲେ । ତାଙ୍କର ଆକସ୍ମିକ ବିୟୋଗରେ ସାଲେପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
Related Posts
କେନ୍ଦ୍ର ବଜେଟ ୨୦୨୪-୨୫କୃଷକ ବିରୋଧୀ ଓ ଗ୍ରାମୀଣ ବିକାଶ ପାଇଁ ଅନୁଦାନ ନୈରାଶଜନକ
କେନ୍ଦ୍ରାପଡ଼ା, ୦୨/୦୨/୨୦୨୪ (ଓଡ଼ିଶା ସମାଚାର)- ନିର୍ବାଚନ ବର୍ଷ ହେଇଥିଲେ ବି ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଆଗତ ଅନ୍ତରୀଣ ବଜେଟ ୨୦୨୪-୨୫ରେ କୃଷି, ଗ୍ରାମୀଣ ବିକାଶ, ଖାଦ୍ୟ ସୁରକ୍ଷା, ମନରେଗା…
ଢେଙ୍କାନାଳରେ ‘ମେରା ଯୁବା ଭାରତ’ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ
ଢେଙ୍କାନାଳ, ୨୯/୦୭/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ର ସରକାରଙ୍କ ‘ମେରା ଯୁବା ଭାରତ (MY Bharat)’ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ପରାମର୍ଶଦାତା କମିଟି (District Advisory Committee)ର ଏକ…
ପଳସୁଧା ଗ୍ରାମରେ ଦେଖାଦେଇଥିବା ପାନୀୟ ଜଳ ସମସ୍ୟାର ତୁରନ୍ତ ସମାଧାନ କରାଯାଉ
ଗରଦପୁର,୧୨/୦୭/୨୦୨୬ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପଳସୁଧା ପଂଚାୟତ ଅନ୍ତର୍ଗତ ପଳସୁଧା ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି । ଚାରିଗୋଟି ୱାର୍ଡ଼ କୁ…
