ଭୁବନେଶ୍ୱର,୨୦/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଭୁବନେଶ୍ବର ବାଲିପାଟଣା ଗୁଳିକାଣ୍ଡ ଘଟଣାର ମୋଡ଼ ବଦଳିଲା । କେହି ଗୁଳି କରିନାହାନ୍ତି , ବରଂ ନିଯେ ନିଜକୁ ଗୁଳିକରି ଅନ୍ୟକୁ ଫସାଇବା ଉଦ୍ୟମ ଫସର ଫାଟିଛି । ପୋଲିସ୍ ଏହି ଘଟଣାର ପର୍ଦ୍ଧାଫାସ କରି ପ୍ରକୃତ ରହସ୍ୟ ପଦକୁ ଆଣିଛି ।
ସୂଚନାଯୋଗ୍ୟ, ୨୦୨୪ ମସିହା ରେ ଏକ ବଳାତ୍କାର ମାମଲାରେ ଜେଲ୍ ଯାଇ ଫେରିଥିଲେ ଦୀପ୍ତି ମହାପାତ୍ର । ବଳାତ୍କାର ପୀଡ଼ିତାଙ୍କ ପରିବାରକୁ ଫସାଇବାକୁ ଉଦ୍ୟମ କରି ନିଜେ ରଚିଥିବା ଚକ୍ରବ୍ୟୁହରେ ନିଜେ ଫସିଯାଇଛନ୍ତି। ନିଜକୁ ନିଜେ ଗୁଳି କରି ଅନ୍ୟମାନଙ୍କୁ ଫସାଇବାକୁ ଚାହୁଁଥିଲେ ଦୀପ୍ତି ମହାପାତ୍ର । ତାଙ୍କୁ ବନ୍ଧୁକ ଯୋଗାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି। ଫସାଇବାକୁ ଯାଇ ନିଜେ ଫସିଥିବା ଯୁବକ ଦୀପ୍ତି ମହାପାତ୍ର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।
ଗୁଳି ଫୁଟିଥିବା ବନ୍ଧୁକକୁ ଜବତ କରିବାକୁ ଉଦ୍ୟମ ଜାରି ରହିଛି। ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଘଟିଥିବା ଏହି ଗୁଳିକାଣ୍ଡ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଦୀପ୍ତି ମହାପାତ୍ର ଅନ୍ୟ ଏକ ପରିବାରକୁ ଫସାଇବାକୁ ଷଡ଼ଯନ୍ତ୍ର କରି ନିଜେ ନିଜକୁ ଗୁଳି କରିଥିଲା ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେଣୁ ଦୀପ୍ତି ସମେତ ତା’କୁ ବନ୍ଧୁକ ଯୋଗାଇଥିବା ୨ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି।
ଅଭିଯୁକ୍ତ ଠାରୁ ଏକ ୯ ଏମଏମ ବନ୍ଧୁକ ପୁଲିସ ଜବତ କରିଛି। ଏ ନେଇ ଭୁବନେଶ୍ଵର ଡିସିପି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦୀପ୍ତି ୨୦୨୪ରେ ଏକ ଦୁଷ୍କର୍ମ ମାମଲାରେ ଜେଲ ଯାଇଥିଲା। ଜେଲରୁ ଫେରିବା ପରେ ଦୁଷ୍କର୍ମ ପୀଡ଼ିତା ପରିବାରକୁ ଫସାଇବା ଲାଗି ଷଡ଼ଯନ୍ତ୍ର କରିଥିଲା। ଷଡ଼ଯନ୍ତ୍ର ଅନୁସାରେ ଦୀପ୍ତି ନିଜକୁ ନିଜେ ଗୁଳି କରିଥିଲା। ପରେ ନିଜେ ଯାଇ ଥାନାରେ ଅଭିଯୋଗ କରିଥିଲା। ପୁଲିସକୁ ମିଛି କାହାଣୀ ଶୁଣାଇ କହିଥିଲା ଯେ ଦୁଇ ଜଣ ଯୁବକ ବାଇକରେ ଆସି ତା’କୁ ଗୁଳି କରି ଫେରାର ହୋଇଯାଇଥିଲେ। ପୁଲିସ ଘଟଣାର ତଦନ୍ତ କରିବା ପରେ ପ୍ରକୃତ ସତ୍ୟ ପଦାକୁ ଆସିଥିଲା।