କନ୍ଦରପୁର ଠାରେ କାରଗିଲ ବିଜୟ ଦିବସ –  ମଶାଲ ଶୋଭାଯାତ୍ରାରେ କାରଗିଲ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି 

କଟକ ସଦର , ୨୬/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି ଥିଲା କାରଗିଲ ବିଜୟ ଦିବସ। କାରଗିଲ ଯୁଦ୍ଧର ୨୫ ବର୍ଷ ପୂର୍ତ୍ତି ଅବସରରେ କଟକ ସଦର ବିଜେପିର‌‌ କନ୍ଦରପୁର ମଣ୍ଡଳ ପକ୍ଷରୁ ବିଜୟ ଦିବସ ପାଳନ ଅବସରରେ ମଶାଲ ଶୋଭାଯାତ୍ରାରେ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏଥିପାଇଁ ମଣ୍ଡଳ ସଭାପତି ଅଭୟ ସ୍ୱ।ଇଁ ଙ୍କ ପୈ।ରୋହିତ୍ୟ ଓ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନାଙ୍କ ସଂଯୋଜନାରେ ଉମାକାନ୍ତ ମଣ୍ଡପରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, କଟକ ଜିଲ୍ଲା ବିଜେପି ସଭାପତି ରାମନାରାୟଣ ମହାନ୍ତି, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, ପ୍ରତିଭା ଶତପଥୀ, ଲକ୍ଷ୍ମୀପ୍ରିୟା ସ୍ୱ।ଇଁ ପ୍ରମୁଖ ଯୋଗ ଦେଇ ସହିଦ ମାନଙ୍କ ବଳିଦାନ ଉପରେ ଆଲୋକପାତ କରି ଶ୍ରଧାସୁମନ ଅର୍ପଣ କରିଥିଲେ।ଏହି ଅବସରରେ କାରଗିଲ ଯୁଦ୍ଧରେ ଅଂଶଗ୍ରହଣ କରିଥିବା କର୍ଣ୍ଣେଲ ଅଶୋକ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଅଶୋକ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ସେହିପରି କାରଗିଲ ଯୁଦ୍ଧରେ ଓଡ଼ିଶାର ଏକମାତ୍ର ତଥା ପ୍ରଥମ ସହିଦ୍ କଟକ ସଦର ଅନ୍ତର୍ଗତ ଜନାର୍ଦ୍ଦନପୁର ଗ୍ରାମରେ ଥିବା ଗୋପୀନାଥ ମହାରଣାଙ୍କ ପ୍ରତିମୂର୍ତ୍ତୀରେ ପ୍ରତିବର୍ଷ ପରି ବିଧାୟକ ହେବା ପରେ ମଧ୍ୟ ପ୍ରକାଶ ଚନ୍ଦ୍ର ସେଠୀ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।

Leave a Reply

Your email address will not be published. Required fields are marked *