ନିଶ୍ଚିନ୍ତକୋଇଲି, ୧୧/୦୭/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ରେ ଘଟିଛି ଅଭାବନୀୟ ଘଟଣା । +୩ ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀଙ୍କ ଉପରେ ହଠାତ୍ ସିଲିଂ ଫ୍ୟାନ ଖସିପଡ଼ିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଘଟଣାରେ ଛାତ୍ରୀଙ୍କ କାନ ଓ ଆଖି ନିକଟରେ ଆଘାତ ଲାଗିଥିବା ସୂଚନା ମିଳିଛି।
ଛାତ୍ରୀ ଜଣକ ଆହତ ହେବାପରେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ନିଶ୍ଚିନ୍ତକୋଇଲି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲା । ଏହି ଘଟଣା ପରେ କଲେଜରଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକଶ ପାଇଥିଲା । ତେବେ ସୌଭାଗ୍ୟ ବଶତଃ ଛାତ୍ରୀ ବିପଦ ମୁକ୍ତ ଥିବା କୁହାଯାଉଛି । ଅନ୍ୟପକ୍ଷରେ କଲେଜ ର ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଦୀର୍ଘ ଦିନ ଧରି କ୍ଲାସ ରୁମ ରକ୍ଷଣାବେକ୍ଷଣ ହୋଇନଥିବା ବିଦ୍ୟାର୍ଥୀ ମାନେ ଅଭିଯୋଗ କରିଛନ୍ତି ।
