କେନ୍ଦ୍ରାପଡା,୨୩/୦୧/୨୦୨୬(ଓଡ଼ିଶା ସମାଚାର)- ବାଲିଆସ୍ଥିତ ମାଧ୍ୟମିକ ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ସହର ଉପକଣ୍ଠ ସୁଜାନଗରସ୍ଥିତ ପ୍ରସନ୍ନ କୁମାର ବେହେରାଙ୍କ ବାସଭବନରେ ଅନୁଷ୍ଠିତ ଉସôବରେ ପ୍ରାକ୍ତନ ଗୁରୁଜୀ ନିଳମଣି ସ୍ୱାଇଁ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାକୁ ଉଦଘାଟନ କରିଥିଲେ ।
ଏଥିରେ ଅଭିମନୁ୍ୟ କର ପୌରହିତ୍ୟ କରିଥିଲେ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଫଟୋଚିତ୍ରରେ ସାମୁହିକ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ନେତାଜୀଙ୍କ ଦେଶପ୍ରେମ ଓ ଜୀବନାଦର୍ଶ ଉପରେ ଆଲୋକପାତ କରାଯାଇଥିଲା ।ଏହି ଅବସରରେ ଗୁରୁଜୀ ଶ୍ରୀ ସ୍ୱାଇଁଙ୍କୁ ପୁଷ୍ପଗୁଛ, ଉତରୀୟ ଓ ଶାଲ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଦାନନ୍ଦ ସାହୁ, ପ୍ରଶନ୍ନ କୁମାର ବେହେରା, ଅଶୋକ କୁମାର ମହାପାତ୍ର, ସନାତନ ସାମଲ, ଜନାର୍ଦ୍ଧନ ଦାଶ, ପ୍ରଭାତୀ ପରିଡା, ଗୈାରାଙ୍ଗ ସାମଲ, ରବିନ୍ଦ୍ର ମଲିକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସୂର୍ଯ୍ୟମଣି ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ ।
