ଯାଜପୁର ଜିଲା ତୃତୀୟ ଟାଇକୋଣ୍ଡ ଚମ୍ପିୟନସିପ୍ ରେ ମା’ବିରଜା ଟାଇକୋଣ୍ଡ ଏକାଡେମୀର ସଫଳତା

ଯାଜପୁର, ୨୨/୭/୨୦୨୪ (ଓଡ଼ିଶା ସମାଚାର)- ଯାଜପୁର ଟାଉନ ସ୍ଥିତ ବିରଜା କଲ୍ୟାଣ ମଣ୍ଡପ ପରିସରରେ ତୃତୀୟ ଯାଜପୁର ଜିଲା ଟାଇକୋଣ୍ଡ ଚମ୍ପିୟନସିପ୍ ପ୍ରତିଯୋଗିତାରେ ମା’ବିରଜା ଟାଇକୋଣ୍ଡ ଏକାଡେମୀର ସଫଳତା । ଏହି କାର୍ଯ୍ୟକ୍ରମରେ ତିନୋଟି ଏକାଡେମୀର ମୋଟ୍ ୧୦୦ ରୁ ଊଦ୍ଧ୍ୱର୍ ବାଳକ,ବାଳିକା ଭାଗ ନେଇଥିଲେ । ଏଥିରେ ମା’ବିରଜା ଟାଇକୋଣ୍ଡ ଏକାଡେମୀ ଉଇନର୍ସ ହୋଇଅଛି । ମା’ବିରଜା ଟାଇକୋଣ୍ଡୋ ଏକାଡେମୀ ର ୫୪ କେଜି ସିନିଅର ବିଭାଗରେ ଦେବେଶ୍ୱର ସ୍ୱାଇଁ ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିବା ବେଳେ ୨୫ କେଜି ଜୁନିଅର ବିଭାଗରେ ନିଶାନ୍ତ ମିଶ୍ର ତିନୋଟି ଗୋଲ୍ଡ ମେଡାଲ ପାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ପତି, ଶୁଚିସ୍ମିତା ଜେନା, ସୁପି୍ରୟା ଛାଟୋଇ, ଅଂଶୁମାନ ସାହୁ, ଶୁଭ୍ରାଂଶୁ ପଣ୍ଡା, ଭିଦିତ ରାୟ ପ୍ରମୁଖ ସ୍ୱର୍ଣ୍ଣ ପଦକପାଇଥିବା ବେଳେ ବୈଭବ ଜେନା, ଜଗନ୍ନାଥ ବେହେରା, ଉଷାଶ୍ରୀ ରଣା ମୋଟ ଦଶଟି ସ୍ୱର୍ଣ୍ଣ ପଦକ ଓ ତିନୋଟି ରୌପ୍ୟ ପଦ ପାଇଛନ୍ତି । ଅନୁଷ୍ଠାନର ସଭାପତି ସୁରଜଲାଲ ସାମଲ ଓ ମା’ବିରଜା ଟାଇକୋଣ୍ଡୋ ଏକାଡେମୀର କୋଚ ଗଜେନ୍ଦ୍ର ମାଝୀ ସମସ୍ତ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *