ବିଶିଷ୍ଟ ନାଟ୍ୟ ନିର୍ଦେଶକ ପୂର୍ଣଚନ୍ଦ୍ର ଦାସ ଙ୍କ ପରଲୋକ

                                                             ଅଶି ଦଶକ ରେ ନାଟ୍ୟ ଜଗତ ରେ ଥିଲେ ଚର୍ଚ୍ଚିତ ଏବଂ ଲୋକପ୍ରିୟ

ଭୁବନେଶ୍ୱର,୨୨/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବର୍ଷିୟାନ ନାଟ୍ୟ ନିର୍ଦେଶକ ତଥା ନାଟ୍ୟକାର ପୂର୍ଣ୍ଣ ଚନ୍ଦ୍ର ଦାସଙ୍କର ଗତ ରାତିରେ ତାଙ୍କ ଭୁବନେଶ୍ୱର ଝାରପଡା ସ୍ଥିତ ବାସଭବନ ରେ ୮୯ ବର୍ଷ ବୟସ ରେ ପରଲୋକ ହେଇଯାଇଛି!ଗତ କିଛି ଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ।

୧୯୩୫ ଜୁଲାଇ ୧ ତାରିଖ ରେ ପୁରୀ ଜିଲ୍ଲା ସତ୍ୟବାଦୀ ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଦାସ ଏକାଧାରରେ ନାଟ୍ୟକାର, ମଞ୍ଚ ଅଭିନେତା, ନାଟ୍ୟ ନିର୍ଦେଶକ, ସୁବକ୍ତା, ବାଗ୍ମୀ ଭାବେ ଅଶି ଦଶକ ରେ ବେଶ ପ୍ରସିଦ୍ଧ ଏବଂ ଲୋକପ୍ରିୟ ଥିଲେ.ତାଙ୍କ ରଚିତ ଏବଂ ନିର୍ଦେଶିତ ଶତାଧିକ ବେତାର ନାଟକ ଆକାଶ ବାଣୀ ସମ୍ବଲପୁର, କଟକ ରୁ ପ୍ରସାରିତ ହୋଇଛି ! ସେଇଭଳି ଅଜସ୍ର ମଞ୍ଚ ନାଟକ ବିଭିନ୍ନ ମଞ୍ଚରେ ପରିବେଷିତ ହୋଇ ଲୋକପ୍ରିୟ ହୋଇଥିଲା. ପି ସି ଦାସ ଭାବେ ନାଟ୍ୟ ମହଲ ରେ ସୁପରିଚିତ ଶ୍ରୀ ଦାସ ଙ୍କ ଦ୍ୱାରା ରଚିତ ନାଟକ ଗୁଡିକ ମଧ୍ୟରେ ରହିଛି ନିଷିଦ୍ଧ ନଗରୀ, ମହାନଗରୀରେ ବନ୍ୟା, ଆହତ ଅରଣ୍ୟ, ଶେଷ ପାହାଚ, ସୂର୍ୟ୍ୟାସ୍ତ ରୁ ସୂର୍ୟ୍ୟଦୟ, ସେ ଏବଂ ଆମେ ଆଦି ଅନେକ ନାଟ୍ୟ ପୁସ୍ତକ! ବତୀଘର, ପ୍ରତିଧ୍ୱନି ଆଦି କଳାତ୍ମକ ଚଳଚିତ୍ର ର ସଂଳାପ କାର ଏବଂ ସହ ନିର୍ଦେଶକ ଭାବେ ସେ କାର୍ୟ୍ୟ କରିଥିଲେ ନାଟ୍ୟ ସାଧନା ପାଇଁ ଶ୍ରୀ ଦାସ ଅଜସ୍ର ପୁରସ୍କାର, ସଂମାନ, ସମ୍ବର୍ଦ୍ଧନା ପାଇଥିଲେ । ପୁରୀ ସ୍ୱର୍ଗ ଦ୍ୱାର ରେ ଅନ୍ତିମ ସଂସ୍କାର ହୋଇଥିବାବେଳେ ଜ୍ୟେଷ୍ଠ ପୁତ୍ର ସୁବ୍ରତ ଦାସ ମୁଖାଗ୍ନି ଦେଇଥିଲେ! ଅନ୍ତିମ ଶଯ୍ୟା ରେ କନିଷ୍ଠ ଭ୍ରାତା ଇଁ ପ୍ରଭାତ କୁମାର ଦାସ, ଡାକ୍ତର ପ୍ରତାପ ଚନ୍ଦ୍ର ଦାସ,କନ୍ୟା ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ଉପ ନିର୍ଦେଶିକା ସୁଚେତା ପ୍ରିୟ ଦର୍ଶିନୀ,କନିଷ୍ଠ ପୁତ୍ର ସମ୍ବିତ ଦାସ, ଜାମାତା, ପୁତ୍ର ବଧୂ, ନାତି ନାତୁଣୀ, ଆତ୍ମୀୟ ସ୍ୱଜନ ଆଦି ଉପସ୍ଥିତ ଥିଲେ ! ନାଟ୍ୟକାର ଶ୍ରୀ ଦାସ ଙ୍କ ପରଲୋକରେ କଳା ଜଗତ ର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି!

Leave a Reply

Your email address will not be published. Required fields are marked *