ଭୁବନ ଥାନା ପରିସରରେ ବୃକ୍ଷ ରୋପଣ

ଭୁବନ, ୨୨/୭/୨୦୨୪ (ଓଡ଼ିଶା ସମାଚାର)- ଭୁବନ ଥାନା ପରିସରରେ ଆରକ୍ଷୀ ନିରୀକ୍ଷକ ମନସ୍ଵିନୀ ମହାନ୍ତି ଙ୍କ ତତ୍ତ୍ଵାବଧାନରେ ବୃକ୍ଷ ରୋପଣ କରାଯାଇଛି । ବନାଞ୍ଚଳ ଅଧିକାରୀ ରାକେଶ କୁମାର ଦଳେଇ , ଥାନା ଏ ଏସ ଆଇ ମୀନ କେତନ ପ୍ରଧାନ ଙ୍କ ସମେତ ସମସ୍ତ କର୍ମଚାରୀ ଯୋଗଦେଇ ଆମ୍ବ,ପିଜୁଳି,ଲେମ୍ବୁ,ବଉଳ ଇତ୍ୟାଦି ୫୦ ରୁ ଉର୍ଦ୍ଧ୍ବ ଚାରା ରୋପଣ କରିଥିଲେ । ଥାନା ତରଫରୁ ପ୍ରଥମ ଥର ପାଇଁ ବୃକ୍ଷ ରୋପଣ ଭଳି ମହତ  କାର୍ଯ୍ୟ କରାଯାଇ ସମାଜ ପାଇଁ କଲ୍ୟାଣକାରୀ ପ୍ରେରଣା ଯୋଗାଇ ଥିବାରୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି ।

Leave a Reply

Your email address will not be published. Required fields are marked *