କୃଷି ନିର୍ଦ୍ଦେଶାଳୟକୁ ୯୪ ରନ୍ ରେ ପରାସ୍ତ କଲା ଇଡକୋ; ଆଇସିଆଇସିଆଇ ବ୍ୟାଙ୍କକୁ ୪୨ ରନରେ ପରାସ୍ତ କଲା ଡିସିବି ବ୍ୟାଙ୍କ
ଭୁବନେଶ୍ୱର,୨୬/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ହାଇଟେକ୍ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ୨୦ତମ ସଚିବାଳୟ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜିର ପ୍ରଥମ ମ୍ୟାଚରେ ଇଡକୋ ଦଳ କୃଷି ନିର୍ଦ୍ଦେଶାଳୟ ଦଳକୁ ୯୪ ରନ୍ ବ୍ୟବଧାନରେ ପରାସ୍ତ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଇଡକୋ ନିର୍ଦ୍ଧାରିତ ୧୭ ଓଭରରେ ୩ ୱିକେଟ୍ ହରାଇ ୧୬୦ ରନ୍ ସଂଗ୍ରହ କରିଥିଲା।
କୃଷି ନିର୍ଦ୍ଦେଶାଳୟ ୧୪ ଓଭରରେ ମାତ୍ର ୬୬ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଏହି ମ୍ୟାଚର ଶ୍ରେଷ୍ଠ ଖେଳାଳି ଥିଲେ ଇଡକୋର ଚନ୍ଦ୍ରମଣି ବିଶ୍ୱାଳ, ଯିଏ ଚମତ୍କାର ୬୨ ରନ୍ ସଂଗ୍ରହ କରିବା ସହ ସୁନ୍ଦର ବୋଲିଂ ପ୍ରଦର୍ଶନ କରି ୩ ଓଭରରେ ମାତ୍ର ୧୦ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁଁ ତାଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଦିନର ଦ୍ଵିତୀୟ ମ୍ୟାଚରେ ଡିସିବି ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କକୁ ୪୨ ରନରେ ପରାସ୍ତ କରିଛି। ଡିସିବି ବ୍ୟାଙ୍କ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୭ ଓଭରରେ ୯ ୱିକେଟ୍ ହରାଇ ୧୦୫ ରନ୍ ସଂଗ୍ରହ କରିଥିଲା। ଡିସିବି ବ୍ୟାଙ୍କ ପକ୍ଷରୁ ସମ୍ପଦ ପଟ୍ଟନାୟକ ସର୍ବାଧିକ ୨୭ ରନ୍ କରିଥିଲେ।
ଜବାବରେ ଆଇସିଆଇସିଆଇ ବ୍ୟାଙ୍କ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁଁ ୧୩.୩ ଓଭରରେ ୧୦ ଓ୍ଵିକେଟ୍ ହରାଇ ମାତ୍ର ୬୩ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ପିଣ୍ଟୁ ଶର୍ମା ୩୨ ରନ୍ ସଂଗ୍ରହ କରିବା ସତ୍ତ୍ୱେ ତାଙ୍କ ଦଳ ଲକ୍ଷ୍ୟ ହାସଲ କରିପାରିନଥିଲା।
ଡିସିବି ବ୍ୟାଙ୍କର ଦିବ୍ୟେଶ ମହାନ୍ତି ୩.୩ ଓଭରରେ ମାତ୍ର ୫ ରନ୍ ଦେଇ ୪ ୱିକେଟ୍ ନେଇ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ପାଇଥିଲେ। ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ରୁଦ୍ର ପଟ୍ଟନାୟକ ମଧ୍ୟ ପ୍ରଭାବିତ ବୋଲିଂ କରିଥିଲେ ସେ ୪ ଓଭରରେ ୧୫ ରନ୍ ଦେଇ ୪ ୱିକେଟ୍ ନେଇଥିଲେ ।
ପ୍ରଦୀପ୍ତ ମିଶ୍ର, ସୁମନ ମହାରଣା ଆଜିର ମ୍ୟାଚ୍ ପରିଚାଳନା କରିଥିଲା ବେଳେ ଓ ସମ୍ବିତ ଘଡେଇ ସ୍କୋରର ଦାୟିତ୍ୱ ନିଭାଇ ଥିଲେ।