କିଶନନଗର ପୋଲିସ ବିରୁଧରେ ସାଂଘାତିକ ଅଭିଯୋଗ

କଟକ ସଦର,୨୨/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):  କିଶନନଗର ଥାନା ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ମୋ ଏତାଲାକୁ ନିଜ ହାତରେ କଟାକଟି କରିବା ସହିତ ମିଥ୍ୟା ଆଟ୍ରୋସିଟି ମାମଲାରେ ଫସେଇ ଜେଲ୍ ପଠାଇଥିବା ସାମ୍ବାଦିକ ସମ୍ମିଳନୀରେ ସାଂଘାତିକ ଅଭିଯୋଗ କରିଛନ୍ତି ନିଶ୍ଚିନ୍ତକୋଇଲି ବ୍ଲକ୍ ବିଜେଡ଼ି ଉପସଭାପତି ତଥା ମାଣପୁର ପଞ୍ଚାୟତ ବିଜେଡ଼ି ସଭାପତି ରୁସ୍ତମ ମହମ୍ମଦ। ତାଙ୍କ କହିବା ମୁତାବକ ଗତ ମାସ ୨୮ ତାରିଖ ରାତିରେ ସାଲେପୁର ରୁ ଏକ ଵିଵାହ ଭୋଜିରେ ଯୋଗଦେଇ ଫେରୁଥିବା ସମୟରେ ବିଶ୍ୱ।ଳପଡା ଛକରେ ଗାଡ଼ି ସାଇଡ୍ ମରାକୁ ନେଇ ସାମାନ୍ୟ ଗଣ୍ଡଗୋଳ ହୋଇଥିଲା। ଏଥିପାଇଁ ସେଠାରେ ଥିବା କେତେକ ଯୁବକ ଖଣ୍ଡା ବନ୍ଧୁକ ନେଇ ମୋ ଗାଡ଼ିକୁ ଗୋଡ଼େଇ ଗୋଡ଼େଇ ମାଣପୁର ଗଡମା ଘର ପର୍ୟ୍ୟନ୍ତ ଯାଇଁ ଜୀବନରୁ ମାରିଦେବାକୁ ଧମକ ଚମକ ଦେଇଥିଲେ। ଏଥିରେ ଭୟଭୀତ ହୋଇ ମୁଁ ଥାନାକୁ ଫୋନ୍ କରି ଜଣାଇବା ସହିତ ଦୁଇଜଣ ଅଭିଯୁକ୍ତଙ୍କୁ କାଵୁକରି ରଖିଥିଲି। ପୋଲିସ ପହଞ୍ଚି ସେ ଦୁଇଜଣଙ୍କ ସହିତ ମୋତେ ଥାନାକୁ ନେଇ ରାତିରେ ମୋ ଫୋନ୍ ଛଡ଼େଇ ନେଇ ମୋତେ ଅଟକ ରଖିଥିଲା। ହେଲେ ମୁଁ ଯେଉଁ ଲିଖିତ ଅଭିଯୋଗ କରିଥିଲି ସେଥିରେ ଏଫଆଇଆର କପି ଆଣିବା ପରେ ଜାଣିଲି ଯେ ଖଣ୍ଡା , ବନ୍ଧୁକ ଆଦି ଶବ୍ଦ କଟା ଯାଇଛି। ଏଵଂ ମୋ ବିରୁଧରେ ଅଭିଯୋଗ କରିଥିବା ଅଜଣା ଅଶୁଣା ବ୍ୟକ୍ତି ହରିଜନ ନୁହଁନ୍ତି। ପୋଲିସ ଜନସାଧାରଣଙ୍କୁ ସୁରକ୍ଷା ଦେବା ପରିବର୍ତେ ମୋ ଭଳି ଜଣେ ରାଜନୈତିକ ବ୍ୟକ୍ତିଙ୍କୁ କେଉଁ ଉଦେଶ୍ୟରେ ସଙ୍ଗୀନ ଦଫାରେ ଜେଲ୍ ପଠାଇଲା ତାକୁ ନେଇ ପ୍ରଶ୍ନ କରିଛନ୍ତି।ଏ ସମ୍ପର୍କରେ ମୁଁ ନିରପେକ୍ଷ ତଦନ୍ତ ଦାବିକରିଵା ସହିତ ମାନବିକ ଅଧିକାର ଆୟୁକ୍ତଙ୍କ ସହିତ ଅଦାଲତର ଦ୍ୱ।ରସ୍ଥ ହେବି ବୋଲି ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି।

Leave a Reply

Your email address will not be published. Required fields are marked *