କେନ୍ଦ୍ରାପଡ଼ା, ୨୦/୭/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆଇତିପୁର ଗ୍ରାମର ତପସ୍ୱିନୀ ସାମନ୍ତରାୟଙ୍କ ଝିଅ ଦିପ୍ତିମୟୀ ସାମନ୍ତରାୟ ଜନ୍ମରୁ ୮ବର୍ଷ ଧରି ଏକ ଅଜଣା ରୋଗରେ ପିଡିତ ହୋଇ ବିଛଣାରେ ପଡିରହିଛନ୍ତି । ଏସମ୍ପର୍କରେ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ପରେ ତାଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ପରେ ତାଙ୍କ ନାମରେ ଭିନ୍ନକ୍ଷମ ଭତା ମଞ୍ଜୁର କରାଯାଇଥିଲା । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର କଥା ହେଉଛି ଯେ ଏହି ଭିନ୍ନକ୍ଷମ ଭତା ଉପରେ ନିର୍ଭର କରି ଚଳୁଥିବା ଭିନ୍ନକ୍ଷମ ଦିପ୍ତିମୟୀଙ୍କୁ ପ୍ରତିମାସରେ ସଠିକ ସମୟରେ ଭତା ନମିଳିବାରୁ ସେ ଅସହାୟ ହୋଇପଡି ଥିବା ଅଭିଯୋଗ ହୋଇଛି । ଜିଲାପାଳ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି ।