କଟକ ସଦର ,୧୯/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପୁରୀ ଵଳିଆପଣ୍ଡା ହୋଟେଲ ବ୍ଲୁ ଲିଲି ରିସୋର୍ଟ ଠାରେ ଆଜି ଶୁକ୍ରବାର ଠାରୁ ହେବାକୁ ଥିବା ରାଜ୍ୟ ଵିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବାକୁ କଟକ ସଦର ରୁ ସାତ ନେତା ପୁରୀ ଅଭିମୁଖେ ଯାଇଥିବା ଜଣାପଡିଛି। ସେଥିରେ କିଶନନଗର ରୁ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଲିଙ୍ଗରାଜ ମଲ୍ଲିକ ଙ୍କ ସମେତ ହୃଷିକେଶ ଜେନା, ପ୍ରତିଭା ସତପଥି,ନିର୍ମଳ ଦାସ,ଆଲୋକ ମହାନ୍ତି ଓ ଗୋକୁଳ ପ୍ରଧାନ ପ୍ରମୁଖ ଯାଇଛନ୍ତି। ସୂଚନାଯୋଗ୍ୟ ଯେ ଉକ୍ତ କାର୍ଯ୍ୟକାରିଣୀ ବୈଠକରେ ନୁଆ ଭାରତ ବର୍ଷ ନିର୍ମାଣ ଓ ବିକଶିତ ଓଡ଼ିଶା ଗଠନର ରୋଡ଼ ମ୍ୟାପ୍, ରାଜନୈତିକ ଚିଠା ପ୍ରସ୍ତାବ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି।
ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବାକୁ ପୁରୀ ଗଲେ କଟକ ସଦର ର ସାତ ବିଜେପି ନେତା
