ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରାଙ୍କ ଜନ୍ମଦିନ ପାଳନ,ସମୁହ ଦୀପଦାନ ଓ ଚାରା ରୋପଣ 

କଟକ ସଦର , ୧୯/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରାଙ୍କ ଜନ୍ମଦିନ ଉପଲକ୍ଷେ କଟକ ସଦର ବିଜେଡ଼ି ପକ୍ଷରୁ ଆଜି ଶୁକ୍ରବାର ଦିନ ପରମହଂସ ନାଥ ଙ୍କ ମନ୍ଦିରରେ ତାଙ୍କର ଦୀର୍ଘ ସୁସ୍ଥ ନିରାମୟ ଜୀବନ କାମନା କରି ସମୁହ ଦୀପଦାନ କରାଯାଇଛି। ସେହିପରି ୪୨ ମୈ।ଜା ଓ ନେମାଳ ଠାରେ ମନ୍ଦିର ମାନଙ୍କରେ ପୂଜାର୍ଚ୍ଚନା ସହ ଚାରା ରୋପଣ କରାଯାଇଥିବା ଜଣାପଡିଛି। ପରମହଂସ ଠାରେ ଉକ୍ତ କାର୍ଯ୍ୟକ୍ରମରେ କଟକ ସଦର ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ ମହାପାତ୍ର, କଟକ ଜିଲ୍ଲା ବିଜେଡ଼ି ଉପସଭାପତି ସମର ବେହେରା, ସଦର ଯୁବ ବିଜେଡ଼ି ସଭାପତି ହିମାଂଶୁ ଦାସ, ବ୍ଲକ ଯୁବ ବିଜେଡ଼ି ସଭାପତି ନିରଂଜନ ବେହେରା, ବ୍ଲକ ମିଶନ ଶକ୍ତି ସଂଯୋଜକ ଶରତ ରାୟ, ବ୍ଲକ ‘ଆତ୍ମା’ ସଭାପତି ରଜନୀକାନ୍ତ ସାହୁ, କନ୍ଦରପୁର ସମିତି ସଭ୍ୟ ସାରଦା  ସ୍ୱ।ଇଁ, ପଞ୍ଚାୟତ ସମିତି ପୂର୍ବତନ ଉପାଧ୍ୟକ୍ଷ ବିଭୁତି ଭୁଷଣ ପରିଡ଼ା,କୈ।ଶର ଅଲ୍ଲୀ ଲାଡେନ୍, ନିତିନ ଶେଖର ରାଉତ ପ୍ରମୁଖ ଯୋଗ ଦେଇ ଚନ୍ଦ୍ର ସାରଥି ଙ୍କୁ ଜନ୍ମଦିନ ଶୁଭେଚ୍ଛା ଶୁଭକାମନା ଓ ଅଭିନନ୍ଦନ ଜଣାଇଥିଲେ।

Leave a Reply

Your email address will not be published. Required fields are marked *