ଜନ୍ମଦିନରେ ୧୨୦ ଚାରା ରୋପଣ କଲେ ଛାତ୍ର

କେନ୍ଦ୍ରାପଡା, ୧୨/୭/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ର ବିକାଶ ରଞ୍ଜନ ସାହୁ ବିଦ୍ୟାଳୟ ପରିସରରେ ୧୨୦ ଟି ବୃକ୍ଷର ଚାରା ଲଗାଇ ବିଶ୍ୱତାପ ନିୟନ୍ତ୍ରଣର ବାର୍ତା ଦେଇଛନ୍ତି । ନିଜର ଜନ୍ମଦିନକୁ ପରିବେଶର ସୁରକ୍ଷା ପାଇଁସେ ଉତ୍ସର୍ଗ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ପୃଥିବୀ ପୃଷ୍ଠରୁ ବ୍ୟାପକ ବୃକ୍ଷ କାଟି ନଷ୍ଟ କରାଯାଉଥିବାରୁ ବିଶ୍ୱ ତାପନ ପରିସ୍ଥିତି ସୃଷ୍ଟି ହେଉଛି । ଫଳରେ ଜଳବାୟୁରେ ପରବର୍ତନ ଘଟି ମାନବ ସମାଜ ପାଇଁ ବିପଦର କାରଣ ହେଉଛି । ଏବେ ଜଳବାୟୁ ପରିବର୍ତନ ସତର୍କ ଘଂଟି ବଜାଇ ସାରିଛି । ତେଣୁ ଏବେଠାରୁ ଆମେ ସଚେତନ ହେବା ଜରୁରୀ । ପ୍ରତି ବ୍ୟକ୍ତି ନିଜ ଜନ୍ମ ଦିନରେ ଚାରା ରୋପଣ କରି ଏହାକୁ ମହାଦ୍ରୁମରେ ପରିଣତ କରିବା ପାଇଁ ଚେଷ୍ଟା କଲେ ପୁନର୍ବାର ଏକ ସୁନ୍ଦର ପୃଥିବୀ ଗଠନ ହୋଇ ପାରିବ ଓ ଆମର ଉତର ପିଢି ସୁସ୍ଥ ଜୀବନ ଯାପନ କରିପାରିବେ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବରଞ୍ଜନ ସାହୁଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *