ଭୁବନ ୧୨/୭/୨୦୨୪ (ଓଡ଼ିଶା ସମାଚାର)- ଭୁବନ ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ବେଆଇନ ଦେଶୀ ,ବିଦେଶୀ ମଦ ଜବତ କରାଯାଇଥିବା ବେଳେ ଆଜି ଦେଢ଼ କିଲୋ ଗଞ୍ଜେଇ ଜବତ କରାଯାଇଥିବା ଜଣା ପଡ଼ିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ଭୁବନ ଥାନା ଅନ୍ତର୍ଗତ ଚଣ୍ଡିପାଳ ଗ୍ରାମରେ ଚଢ଼ାଉ କରାଯାଇ ଗ୍ରାମ କୋଠଘର ନିକଟରୁ ଶଙ୍କର ମଲ୍ଲିକ ଙ୍କ ପତ୍ନୀ ତୁଳସୀ ମଲ୍ଲିକ ଙ୍କ ନିକଟରୁ
ଏକ ବ୍ୟାଗ ଭର୍ତ୍ତି ୧.୫୫୦ ଗ୍ରାମ ଗଞ୍ଜେଇ ଜବତ କରାଯାଇ ତୁଳସୀ ଙ୍କୁ ଗିରଫ କରାଯାଇଛି । ଭୁବନ ଅବକାରୀ ଅଧିକାରୀ ସୌରଭ ମିଶ୍ର ଓ କାମାକ୍ଷାନଗର ଅବକାରୀ ଇନ୍ସପେକ୍ଟର ପ୍ରକାଶ ସାହୁ ଙ୍କ ସମେତ କନଷ୍ଟେବଳ ଗୋଲାପ ସାହୁ,ପ୍ରେମାନନ୍ଦ ବେହେରା,ପ୍ରଫୁଲ୍ଲ କୁମାର ସାମଲ,ହରିହର ସୋରେନ,ଆଲୋକ ଜେନା,ସତ୍ୟବ୍ରତ ମହାଳିକ ପ୍ରମୁଖ ଏହି ଚଢାଉରେ ସାମିଲ ଥିଲେ ।
ଅବକାରୀ ବିଭାଗ ତରଫରୁ ଗଞ୍ଜେଇ ଜବତ
