ଭୁବନ ୧୧/୦୧/୨୦୨୫ (ଓଡ଼ିଶା ସମାଚାର)-ଭୁବନ ଏନ୍ ଏ ସି ଅନ୍ତର୍ଗତ ୨ ନମ୍ବର ୱାର୍ଡ ନୂଆ ଭୁବନ ବାସିନ୍ଦା ଗଙ୍ଗାଧର ରଣା ଙ୍କ ର ଶନିବାର ମଧ୍ୟାହ୍ନ ୧୨.୪୫ ମିନିଟ ସମୟରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ଗଙ୍ଗାଧର ଙ୍କ ପରଲୋକ ଖବର ପାଇ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ଏନ୍ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ,ଜିଲ୍ଲା ବିଜେଡି ଉପ ସଭାପତି ସୁଧାକର ସାହୁ,ଚୈତନ୍ୟ ପୃଷ୍ଟି ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ୧୯୯୧ ଵ୍ୟାଚ୍ ର ସାଥି ମାନେ ତାଙ୍କ ଘରେ ପହଞ୍ଚି ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଶୋକାକୁଳ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଥିଲେ। ବୁଦ୍ଧେଶ୍ଵର ମନ୍ଦିର ନିକଟସ୍ଥ ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା । ବଡ଼ ପୁଅ କମଳ ଲୋଚନ ରଣା ମୁଖାଗ୍ନି ଦେଇଥିଲେ । ସ୍ବର୍ଗତ ରଣା ଭୁବନ ଗଣେଶ ବଜାର ରେ ଦୀର୍ଘ ବର୍ଷ ହେଲା ଲୁଗା,ଡ୍ରେସ ଦୋକାନ କରିଥିଲେ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ଗଣେଶ ବଜାର ସଭାପତି ଭାବେ କାର୍ଯ୍ୟ କରିଥିଲେ। ସ୍ବର୍ଗତ ରଣା ଜଣେ ଧର୍ମ ପରାୟଣ,ମେଳାପି,ପରୋପକାରୀ,ସ୍ନେହୀ,ଦୟାଳୁ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ପୂର୍ବତନ ସଭାପତି ଙ୍କ ଉଦ୍ଦେଶ୍ୟରେ ଗଣେଶ ବଜାର ବ୍ୟବସାୟୀ ଭାଇ ମାନେ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରି ଶୋକ ପାଳନ କରିଛନ୍ତି ।
ଧର୍ମ ପରାୟଣ ବ୍ୟକ୍ତି ଗଙ୍ଗାଧର ରଣା ଙ୍କ ପରଲୋକ
